Home କୋରାପୁଟ କୋରାପୁଟ ଜିଲ୍ଲାରେ ୫ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୫ଜଣ କରୋନା ପଜିଟିଭ ଚିହ୍ନଟ

21

କୋରାପୁଟ ୦୧-୦୮(ଓଡିଆ ପୁଅ /ରଂଜନ ଦାସ)ଶନିବାର କୋରାପୁଟ ଜିଲ୍ଲାରେ  ଜଣେ ମହିଳାଙ୍କ ସମେତ ୫ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୮୨୫ ରେ ପହଂଚିଛି ।  ଆଜି  ଚିହ୍ନଟ ମାନଙ୍କ ମଧ୍ୟରେ କୋରାପୁଟ ପୌରାଂଚଳରୁ ୧ ଓ ଜୟପୁର ପୌରାଂଚଳରୁ ୧ ଏବଂ ଦଶମନ୍ତପୁର ,ଜୟପୁର ଓ ସେମିଲିଗୁଡା ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।ସୁନାବେଡା ପୌରାଂଚଳ ଓ କୋଟପାଡ ଏନଏସି ସମେତ  ବନ୍ଧୁଗାଁ,ବୈପାରିଗୁଡା,ବୋରିଗୁମ୍ମା,କୋରାପୁଟ,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମିପୁର,ନନ୍ଦପୁର,ନାରାୟଣପାଟଣା ଓ ପଟ୍ଟାଙ୍ଗୀ ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୩୧  ତାରିଖ ସୁଦ୍ଧା ୫ ଲକ୍ଷ   ୨୨  ହଜାର  ୭୮୨ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୬୫୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୯୪ ଟି ସକ୍ରୀୟ କେସ ରହିଛି । କରୋନାରେ ଆଜି ଜଣେ ମୃତ୍ୟୁବରଣ କରିଥିବା ବେଳେ  ଜିଲ୍ଲାରେ ମୋଟ  ମୁତ୍ୟୁ ସଂଖ୍ୟା ୭୩ରେ  ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.