Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୪୨ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୪୨ଜଣ କରୋନା ପଜିଟିଭ ଚିହ୍ନଟ

46

କୋରାପୁଟ ୧୦-୦୫ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ସୋମବାର ଦିନ  ୫୮ଜଣ ମହିଳାଙ୍କ ସମେତ  ୧୪୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୦୧୨୩ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୭  ଓ ଜୟପୁର ପୌରାଂଚଳରୁ ସର୍ବାଧିକ ୪୫  ଜଣ  ପଜିଟିଭ ଚିହ୍ନଟ ହୋଇଥିବାବେଳେ  ସୁନାବେଡା ପୌରାଂଚଳରୁ ୧୧ ଏବଂ କୋଟପାଡ ଏନଏସିରୁ   ଜଣେ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବନ୍ଧୁଗାଁ ବ୍ଲକରୁ ୪,ବୈପାରିଗୁଡା ବ୍ଲକରୁ ୪,ବୋରିଗୁମ୍ମା ବ୍ଲକରୁ ୧୪,ଦଶମନ୍ତପୁର ବ୍ଲକରୁ ୧୦,ଜୟପୁର ବ୍ଲକରୁ ୧୪  ଓ କୋରାପୁଟ ବ୍ଲକରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୭,କୁନ୍ଦୁରା ବ୍ଲକରୁ ୩,ଲମତାପୁଟ ବ୍ଲକରୁ ୪,ଲକ୍ଷ୍ମୀପୁର ବ୍ଲକରୁ ୭,ନନ୍ଦପୁର ବ୍ଲକରୁ ୨,ପଟ୍ଟାଙ୍ଗୀ ବ୍ଲକରୁ ୧  ଏବଂ ସେମିଲିଗୁଡା  ବ୍ଲକରୁ   ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୯  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୩୮  ହଜାର ୧୪୩  ଜଣଙ୍କୁ କରୋନା ଟୀକା କରଣ କରାଯାଇଥିବା ଜିଲ୍ଲା ପ୍ରଶାସନ  ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମଇ ୧୦  ସୁଦ୍ଧା ଜିଲ୍ଲାର ମୋଟ ୧୦୧୨୩  ଆକ୍ରାନ୍ତଙ୍କ ଭିତରୁ  ୮୮୪୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୨୬୧ ଟି ସକ୍ରୀୟ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.