Home କୋରାପୁଟ କୋରାପୁଟ ଜିଲ୍ଲାରେ ପୁଣି ୯ କରୋନା ପଜିଟିଭ ଚିହ୍ମଟ

କୋରାପୁଟ ଜିଲ୍ଲାରେ ପୁଣି ୯ କରୋନା ପଜିଟିଭ ଚିହ୍ମଟ

28

କୋରାପୁଟ ୦୭୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଗତ ମଙ୍ଗଳବାର ଦିନ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଧୁବାର ଦିନ ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୩ ଜଣ ମହିଳା ରହିଥିବା ଜଣାପଡିଛି ।ଜୟପୁର ବ୍ଲକର ବାମୁଣୀଗାଁ ଓ ଝାଙ୍ଗରଗୁଡା  ଏବଂ ପଟ୍ଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଂଚାୟତର ଫାଟୁସେନେରୀ ଓ ନେରେଡିବାଲସା ଗ୍ରାମରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।କୋରାପୁଟ  ମ୍ୟୁନସିପାଲଟି ଅନ୍ତର୍ଗତ ଖାରାଗୁଡା ଓ କୋରାପୁଟ ବ୍ଲକ ଅନ୍ତର୍ଗତ ଦାମନଯୋଡି ନାଲକୋ ଟାଉନସିପରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜୟପୁର ମ୍ୟୁନସିପାଲଟି ଅନ୍ତର୍ଗତ ପିଆରପେଟା ,ପାତ୍ରଷ୍ଟ୍ରୀଟ ଓ ମେନରୋଡରୁ  ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି  ା ଅନ୍ୟ ପକ୍ଷରେ କୋରାପୁଟ ଜିଲାରେ ଏପ୍ରିଲ ୬ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ୧ଲକ୍ଷ ୬୭ ହଜାର ୬୬୬ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.