Home କୋରାପୁଟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦାବିପତ୍ର ପ୍ରଦାନ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦାବିପତ୍ର ପ୍ରଦାନ

39

କୋରାପୁଟ ୦୭-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ  ବିଡିଓଙ୍କ  ଅଧୀନରେ କାର୍ଯ୍ୟ କରିଥିବା  ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ  ବିଭିନ୍ନ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର କୋରାପୁଟ ବିଡିଓଙ୍କୁ ପ୍ରଦାନ କରିଛନ୍ତି । କୋଲାବନଗର ଶାଖାର  ସଭାପତି ଯୋଗେନ୍ଦ୍ର ଜେନା ଓ ସଂପାଦକ ସତ୍ୟନାରାୟଣ ଦାସ , ଜିଲ୍ଲା ଅବସରପ୍ରାପ୍ତ  ସରକାରୀ  କର୍ମଚାରୀ ସଂଘର ସଭାପତି ଆର.ଏନ.ଦାଶ,ସମ୍ପାଦକ ଭଗବାନ ନାହାକଙ୍କ ସମେତ ବରିଷ୍ଠ ସଦସ୍ୟମାନେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଡିୟରନେସ ଆଲାଉନ୍ସ୍‌  ନିୟମିତ କରିବା,ଚିକିତ୍ସା ଭତା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ,ସରକାରୀ ବସରେ ଯାତ୍ରା କଲେ ୫୦ ପ୍ରତିଶତ ରିହାତି ପ୍ରଦାନ,ପେନସନଧାରୀ ମାନଙ୍କୁ  ବ୍ୟାଙ୍କ ଦେଉଥିବା ରୁଣରେ ସୁଦ୍ଧହାର କମାଇବା, ୨୫ ବଦଳରେ ୨୦ ବର୍ଷ ଚାକିରୀ ପରେ ପୁରା ପେନସନ ଦେବା ଓ ସର୍ବନିମ୍ନ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି କରିବା,ପିଜି ଓ ପିଏ ବିଭାଗକୁ ପୁନର୍ବାକ ସ୍ଥାପୀତ କରିବା,ପେନସନଧାରୀଙ୍କ ଅଫିସ ଓ ଆଶ୍ରୟ ଗୃହ ପାଇଁ ଭୂବନେଶ୍ୱରରେ ଘର ଦିଆ ଯିବା,୮୦ ବର୍ଷ ବଦଳରେ ୬୫ ବର୍ଷରେ ଅତିରିକ୍ତ ପେନସନ୍ ପ୍ରଦାନ,ପେନସନ ନିୟମ ପୁନଃ ପ୍ରଚଳନ,ଦରଦାମ ବୃଦ୍ଧି ପାଉଥିବାରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ଇନଂକ୍ରିମେଂଟ ପ୍ରତିବର୍ଷ ବଢାଇବା,ରାଜ୍ୟ ବିଦ୍ୟୁତବିଭାଗ  ଓ ମୁନିସିପାଲ କର୍ପୋରେସନର ଅବସରପ୍ରାପ୍ତ କର୍ମର୍ଚାରୀ ମାନଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ,ବିନାମୂଲ୍ୟରେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ କୋଭିଡ ଟୀକାକରଣ କରା ଯିବା ଭଳି ଦାବି କରା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘର ଦାବି ପ୍ରତି ସକରାତ୍ମକ ଭାବେ ବିଚାର କରି ତୂରନ୍ତ ମାନି ନେବାକୁ ସଂଘ ଅନୁରୋଧ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.