Home କୋରାପୁଟ   କୋରାପୁଟ ଜିଲ୍ଲାରେ୨୧୮ଜଣ କରୋନା ପଜିଟିଭ ଚିହ୍ନଟ

  କୋରାପୁଟ ଜିଲ୍ଲାରେ୨୧୮ଜଣ କରୋନା ପଜିଟିଭ ଚିହ୍ନଟ

28

କୋରାପୁଟ ୨୬-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧବାର ଦିନ   ୯୬ ଜଣ ମହିଳାଙ୍କ ସମେତ  ୨୧୮ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୩୯୪୩ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୫୦ , ସୁନାବେଡା ପୌରାଂଚଳରୁ ୧୧ ଏବଂ କୋଟପାଡ ଏନଏସିରୁ   ୬ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ  ବ୍ଲକରୁ ୭, ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୧୮,ଦଶମନ୍ତପୁର ବ୍ଲକରୁ ୧୦,ଜୟପୁର ବ୍ଲକରୁ ୨୭  ଓ କୋରାପୁଟ ବ୍ଲକରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧୪,କୁନ୍ଦୁରା ବ୍ଲକରୁ ୮,ଲମତାପୁଟ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୬,ନନ୍ଦପୁର ବ୍ଲକରୁ୫,ନାରାୟଣପାଟଣା ବ୍ଲକରୁ ୬,ପଟ୍ଟାଙ୍ଗୀ ବ୍ଲକରୁ ୫  ଏବଂ  ସେମିଲିଗୁଡା  ବ୍ଲକରୁ  ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୫  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୬୪  ହଜାର ୬୦୮ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୨୬   ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୧୨୭୦ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୬୩୬ ଟି ସକ୍ରୀୟ କେସ ରହିଛି ଓ  ୩୭ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.