Home କୋରାପୁଟ କୋରାପୁଟ ଜିଲାରେ ଇଷ୍ଟର ପାଳିତ

କୋରାପୁଟ ଜିଲାରେ ଇଷ୍ଟର ପାଳିତ

256

କୋରାପୁଟ ୨୧-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାର ଖୀଷ୍ଟିଆନ ଧର୍ମାଲମ୍ବୀ ଭାଇ ଭଉଣୀ ମହାଆଡମ୍ବର ସହକାରେ ଇଷ୍ଟର ବା ଉଥାନ ପର୍ବ ପାଳନ କରିଛନ୍ତି। ପ୍ରଭୁ ଯୀଶୁ ଗୁଡ୍ ଫ୍ରାଇଡେ ପୂର୍ବରାତିରେ କ୍ରୁଶବିଦ୍ଧ ହୋଇ ପ୍ରାଣ ତ୍ୟାଗ କରିବାର ୭୨ ଘଣ୍ଟା ପରେ ରବିବାର ପାହାନ୍ତିଆରେ ପୁର୍ନଜନ୍ମ ନେବାର ବିଶ୍ୱାସକୁ ନେଇ ଖ୍ରୀଷ୍ଟ ଧର୍ମର ଲୋକେ ଖୁସିରେ ଇଷ୍ଟର ବା ଉଥାନ ପର୍ବ ମନାଇ ଥାଆନ୍ତି। ଆଜି ସକାଳୁ ସମସ୍ତେ ଶ୍ମଶାନକୁ ଯାଇ ନିଜର ପରଲୋକଗତ ସମ୍ପର୍କୀୟ ମାନଙ୍କ କବରରେ କ୍ୟାଣ୍ଡେଲ, ଧୂପକାଠି ଜଳାଇ ସ୍ମତିଚାରଣ କରିବା ସହ ଗରିବ ମାନଙ୍କୁ ଖାଦ୍ୟ ବସ୍ତ୍ର ଦାନ କରି ଥାଆନ୍ତି। ପରମ୍ପରା ଅନୁଯାୟୀ ଇଷ୍ଟରରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ନୂତନ ବସ୍ତ୍ର ପରିଧାନ କରି ଆମ୍ବ ନୂଆ ଖାଇ ଥାଆନ୍ତି। କୋରାପୁଟ ସମେତ ଜିଲାର ଜୟପୁର, କୋଟପାଡ, ସୁନାବେଡା, ଦାମନଯୋଡି, ସେମିଲିଗୁଡା, ବୋରିଗୁମା ଇତ୍ୟାଦି ସହରରେ ଧୁମଧାମରେ ଇଷ୍ଟର ପାଳିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.