Home ଜିଲ୍ଲା ପରିକ୍ରମା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବିଜେଡି କର୍ମୀଙ୍କ ମୃତ୍ୟୁ

କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବିଜେଡି କର୍ମୀଙ୍କ ମୃତ୍ୟୁ

9

ମାଲକାନଗିରି,୩ା୫ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଥିବା ବେଲେ ସେଥିରୁ ବାଦ ପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା,ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟାବଡି ଚାଲିଛି । ଜଣେ ବିଡେଡି କର୍ମୀ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ପୌରପରିଷଦ ର ଅବସରପ୍ରାପ୍ତ କର୍ମଚାରୀ ତଥା ବିଜେଡି ଦଳର ଜଣେ ବରିଷ୍ଟ କର୍ମୀ ଅକ୍ଷୟ ମାହାନ୍ତି ଗତ କିଛି ଦିନହେଲା କରୋନାରେ ଆକ୍ରାନ୍ତ ହୋଇ ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗତ କାଲି ତାଙ୍କର ମୃତ୍ୟୁ ଘଟିବା ଖବର ପ୍ରଚାର ହେବା ପରେ ଜିଲ୍ଲା ବିଜେଡି ଦଳ ତଥା ସହରବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । କରୋନା କଟକଣା ମଧ୍ୟରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି । ଆଜି ବିଜେଡି ଦଳ ପକ୍ଷରୁ ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ଭର୍ଚ୍ୟୁଆଲ ମାଧ୍ୟମରେ ଏକ ଶୋକ ସଭାର ଆୟୋଜନ କରାଯାଇ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପାର୍ଥନା କରାଯାଇଛି । ସ୍ୱର୍ଗତ ମହାନ୍ତି ଜଣେ ସଚା ବିଜେଡି କର୍ମୀ ସହିତ ସମାଜ ସେବି ଥିଲେ ତାଙ୍କର ଅକାଳ ବିୟୋଗରେ ମାଲକାନଗିରି ସହରରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର କୋଭିଡ ରେ ମୃତ୍ୟୁଘଟିଛି କି ଆଉକେଉଁ କାରଣରୁ ମୃତ୍ୟୁ ହୋଇଛି ସେବିଷୟରେ ଜିଲ୍ଲାପ୍ରଶାସନ
ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ଦିଆ ଯାଇନାହିଁ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.