Home Coronavirus Outbreak ବିଶିଷ୍ଟ ସୀତାରବାଦକ ପ୍ରତୀକ ଚୌଧୁରୀଙ୍କର କରୋନାରେ ନିଧନ : ମେ ୧ରେ ପିତା ପଣ୍ଡିତ ଦେବୁ...

ବିଶିଷ୍ଟ ସୀତାରବାଦକ ପ୍ରତୀକ ଚୌଧୁରୀଙ୍କର କରୋନାରେ ନିଧନ : ମେ ୧ରେ ପିତା ପଣ୍ଡିତ ଦେବୁ ଚୌଧୁରୀଙ୍କର ମଧ୍ୟ କରୋନାରେ ଦେହାନ୍ତ ହୋଇଥିଲା

65

ନୂଆଦିଲ୍ଲୀ ୭-୫ (ଓଡ଼ିଆ ପୁଅ) : କୋଭିଡ ସମ୍ବନ୍ଧୀୟ ପ୍ରସଙ୍ଗ ପରେ ଜଣାଶୁଣା ସୀତାରବାଦକ ପ୍ରତୀକ ଚୌଧୁରୀଙ୍କର ଦେହାନ୍ତ ହୋଇଛି। ସେ ୪୯ ବର୍ଷ ବୟସରେ ଥିଲେ। ତାଙ୍କ ପିତା ପଣ୍ଡିତ ଦେବୁ ଚୌଧୁରୀ କରୋନାଭାଇରସରେ ସଂକ୍ରମିତ ହେବା ପରେ ମେ ୧ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହା ପରେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ପ୍ରତୀକଙ୍କର ମୃତ୍ୟୁ ଘଟିଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଶୁକ୍ରବାର ସନ୍ଧ୍ୟାରେ ପ୍ରତୀକ ଚୌଧୁରୀଙ୍କ ଦେହାନ୍ତ ବିଷୟରେ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବିଶିଷ୍ଟ ସିତାରବାଦକ ପ୍ରତୀକ ଚୌଧୁରୀଙ୍କ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସଙ୍ଗୀତ ଏବଂ ଚିତ୍ରକଳା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ।

ପ୍ରତୀକ ଚୌଧୁରୀ ଗୁରୁ ତେଗ ବାହାଦୁର କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.