Home ଜିଲ୍ଲା ପରିକ୍ରମା କୋଭିଡ ରେ ମୃତ ବ୍ୟକ୍ତିଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନିରବପାର୍ଥନା

କୋଭିଡ ରେ ମୃତ ବ୍ୟକ୍ତିଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନିରବପାର୍ଥନା

10

ମାଲକାନଗିରି,୩ା୫ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଲେଣି । କରୋନା ମହାମାରିରେ କୋଭିଡ ଯୋଦ୍ଧା ଙ୍କ ସହିତ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି । କୋଭିଡରେ ମୃତବ୍ୟକ୍ତି ଙ୍କ ପାଇଁ ଆଜି ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସୁବାଷବୋଷ ଛକ ହନୁମାନ ମନ୍ଦିର ନିକଟରେ ୨ମିନିଟ ନିରବପ୍ରାର୍ଥନା କରାଯାଇଛି । ଏହି ଅବସରେ କୋଭିଡ ନିୟମ ପାଳନ ସହିତ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଡ.ଗୁଣନିଧି ନାୟକ,ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ,ଅଧ୍ୟାପକ ରଜଂନ ସ୍ୱାଇଁ,ଜିଲ୍ଲାବ୍ୟବସାୟୀ ସଂଘ,ବୁଦ୍ଧିଜୀବୀ, ସାମ୍ବାଦିକ ଙ୍କ ସହିତ ସହରବାସୀ ଉପସ୍ଥିତ ରହି କରୋନାରେ ମୃତବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନଟ ନିରବ ପାର୍ଥନା କରିଥିଲେ । ସରକାର ଙ୍କ କୋଭିଡ ନିୟମ ପାଳନ କରି ମାସ୍କ ପରିଧାନସହ ସାମାଜିକ ଦୂରତା ଅବଲମ୍ବନ କରିବା, ଜନଗହଳି ନକରିବା, ଗହଳି ସ୍ଥାନକୁ ନ ଯିବା,ସାନିଟାଇଜ,ହ୍ୟାଣ୍ଡଓ୍ୟାସ ବ୍ୟବହାର କରିବା ଓ ପୁବ ର୍ ବର୍ଷ ପରି କୋଭିଡ ସମୟରେ ଯେପରି ଜିଲ୍ଲାବାସୀ ପ୍ରଶାସନକୁ ସହ ଯୋଗ କରି କରୋନା ସଂକ୍ରମଣ ରୋକିବା ଦିଗରେ ଦିନରାତି ଲାଗିପଡିଥିଲେ ଏବେ ସେହିପରି ସହଯାଗର ହାତ ବଢାନ୍ତୁ । କରୋନା କୁ ଭୟ ନକରି ସଂକ୍ରମଣ ଠାରୁ ଦୂରେଇ ରହି ତାର ମୁକାବିଲା କରନ୍ତୁ ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.