Home କେନ୍ଦୁଝର ହାଟଡିହି ବ୍ଲକରେ ପ୍ରଥମ କରୋନା ରୋଗୀ ଚିହ୍ନଟକୁ ବର୍ଷେ ପୁରିଲା, ତଥାପି ଲୋକେ ସଚେତନ ନାହାନ୍ତି

ହାଟଡିହି ବ୍ଲକରେ ପ୍ରଥମ କରୋନା ରୋଗୀ ଚିହ୍ନଟକୁ ବର୍ଷେ ପୁରିଲା, ତଥାପି ଲୋକେ ସଚେତନ ନାହାନ୍ତି

18

ହାଟଡିହି- ୩ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାରେ ଦ୍ୱିତୀୟ କରୋନା ପଜେଟିଭ ତଥା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ଆଜିର ଦିନରେ ପ୍ରଥମ କରୋନା ପଜେଟିଭ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିଲା । କଲିକତା ଫେରନ୍ତା ଜଣେ ବ୍ୟକ୍ତି ଗତବର୍ଷ ମେ ମାସ ୩ତାରିଖରେ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଆକ୍ରାନ୍ତଙ୍କୁ ତୁରନ୍ତ ଅଶ୍ୱିନି ହସପିଟାଲକୁ ପଠାଯିବା ସହିତ ଏଥିପାଇଁ ୬ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରଘର ବୁଲି ସର୍ଭେ କରାଯାଇଥିଲା । ମୋଟ ୨୬୦ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । କ୍ୱାଣ୍ଟେମେଣ୍ଟ ଜୋନ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରିପାରି ନଥିଲେ । ପ୍ରତି ଗାଁ ମୁଣ୍ଡରେ ପୁଲିସ ମୃତୟନ କରାଯାଇ ଗାଁ ଗୁଡିକୁ ସିଲ କରାଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଗାଁ ଗୁଡିକୁ ବିଶୋଧନ କରାଯାଇଥିଲା । ଏପରିକି ଗାଁ ଲୋକମାନେ ନିଜ ନିଜ ବାଡିରେ ଚାଷ କରୁଥିବା ପନିପରିବାକୁ ମଧ୍ୟ ବିକ୍ରୀ କରିପାରି ନଥିଲେ । କରୋନାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଥିବାରୁ ସମଗ୍ର ଜିଲ୍ଲାରେ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା । ଗତବର୍ଷ ବ୍ଲକରେ ମୋଟ ୫୭୧ଜଣ ଚିହ୍ନଟ ହେବା ସହିତ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି କରୋନା ସଂକ୍ରମଣକୁ ବର୍ଷେ ପୁରିଥିବାବେଳେ ଏବେ ମାଳ ମାଳ ପଜେଟିଭ ଚିହ୍ନଟ ହେବା ଯୋଗୁଁ ଲୋକମାନେ ବ୍ୟସ୍ତ ବିବ୍ରତ କି ସଚେତନ ମଧ୍ୟ ହେଉ ନାହାନ୍ତି । ଯାହାକି ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାର ଏକ ମୁଳ କାରଣ ବୋଲି କୁହାଯାଉଛି । ସରକାର ଯେତେ ପ୍ରକାର ଚେଷ୍ଟା କରୁଥିଲେବି ଲୋକମାନେ ସଚେତନ ନହେବା ସହ ଏହାକୁ ଗୁରୁତ୍ୱ ଦେଉ ନଥିବାରୁ ପରିସ୍ଥିତି ଜଟିଳ ଆକାର ଧାରଣ କରିଛି । ଲୋକମାନେ ନିୟମିତ ମାସ୍କ ବ୍ୟବହାର କରୁନଥିବା ସହିତ ସାମାଜିକ ଦୁରତାକୁ ମାନୁ ନାହାନ୍ତି । ଯାହାକି ସଂକ୍ରମଣ ବୃଦ୍ଧି ପାଇବାର ମୁଳ କାରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.