Home ଜିଲ୍ଲା ପରିକ୍ରମା କୋଭିଡ ନିୟମ ପାଳନ କରାଯାଇ ଜିଲ୍ଲାରେ ଦଶମ,ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ଆରମ୍ଭ...

କୋଭିଡ ନିୟମ ପାଳନ କରାଯାଇ ଜିଲ୍ଲାରେ ଦଶମ,ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ଆରମ୍ଭ କରାଗଲା

12

ମାଲକାନଗିରି,୮ା୧(ଓଡିଆ ପୁଅ ) ଭୟାବହ ମହାମାରି କରୋନା ପାଇଁ ଦୀର୍ଘ୧୦ମାସ ହେଲା ବନ୍ଦଥିବା ସ୍କୁଲ କଲେଜ ଗୁଡିକ ଆଜି ଠାରୁ ଖୋଲା ଯାଇଛି । କେବଳ ହାଇସ୍କୁଲର ୧୦ମ ଓ କଲେଜର ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି । ମାଲକାନଗିରି ଜିଲ୍ଲାରେ ସରକାରି,ଘରୋ.ଆଦିବାସୀ ମଙ୍ଗଳବିଭାଗର ମୋଟ ୧୪୮ଟି ହାଇସ୍କୁଲ ଓ କଲେଜ ରହିଛି, ଏହି ସବୁ ଶିକ୍ଷାଅନୁଷ୍ଟାନ ର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପ୍ରାୟ୧୦ହଜାରରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରନ୍ତି । ଆଜି ପ୍ରଥମଦିବସରେ ୫୦ପ୍ରତି ଶତ ବିଭିନ୍ନ ହାଇସ୍କୁଲ ଓ କଲେଜକୁ ଆସିଥିବାର ଦେଖିବାକୁ ମିଳିଛି ।ଶିକ୍ଷାଅନୁଷ୍ଟାନ ଗୁଡିକରେ ପ୍ରବେଶ ପୁବ ର୍ରୁ ଛାତ୍ର ଛାତ୍ରୀ ମାନଙ୍କୁ ସ୍କ୍ରିନିଂ ଟେଷ୍ଟ,କରାଯାଇ ହ୍ୟାଣ୍ଡଓ୍ୟାସରେ ହାତ ଧୋଇବାପରେ ସାନିଟାଇଜ କରାଯାଇ ବିଦ୍ୟାଳୟ କୋଠରୀ କୁ ଛଡା ଯାଇଥିଲା । ପୁବ ର୍ରୁ ବିଦ୍ୟାଳୟ ଗୁଡିକୁ ଭଲଭାବରେ ସାନିଟାଇଜ କରାଯାଇଥିଲା । ଜିଲ୍ଲାର ବିଦ୍ୟାଳୟ ଗୁଡିକୁ ଜିଲ୍ଲାପାଳ ଡ. ୟେଦୁଲା ବିଜୟ,ଜିଲ୍ଲାଶିକ୍ଷାଅଧିକାରୀ ରମେଶ ଚନ୍ଦ୍ର ସେଠୀ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଆଜି ଶିକ୍ଷାଦନ ସମୟରେ ଜିଲ୍ଲାବିଜ୍ଞାନ ପରିଦର୍ଶକ କୃôଷ୍ଣଚନ୍ଦ୍ର ବେବର୍ତା ଙ୍କ ସହିତ ଜିଲ୍ଲା ଶିକ୍ଷାଧିକାରୀ,ବ୍ଲକଶିକ୍ଷାଧିକାରୀ ମାନେ ବିଭିନ୍ନ ହାଇସ୍କୁଲ ଓ କଲେଜ ଗୁଡିକୁ ପରିଦର୍ଶନ କରି ଶିକ୍ଷାଦାନ ସହ କୋଭିଡ ନିୟମ ପ୍ରତି ଗୁରୁତ୍ୱ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.