Home ଜିଲ୍ଲା ପରିକ୍ରମା ତୁରନ୍ତ ଚିକ୍ତିଭିତିକ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିକଲେ ଶିକ୍ଷିତ ଯୁବକ ଯୁବତୀ

ତୁରନ୍ତ ଚିକ୍ତିଭିତିକ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିକଲେ ଶିକ୍ଷିତ ଯୁବକ ଯୁବତୀ

34

ମାଲକାନଗିରି,୮ା୧ (ଓଡିଆ ପୁଅ )ମାଲକାନିଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ରେ ବହୁବର୍ଷ ଧରି ଶତାଧିକ ଶିକ୍ଷକ ପଦବି ଖାଲିପଡିଥିଲେ ମଧ୍ୟ ସେ ଗୁଡିକୁ ପୁରଣ ହେଉ ନଥିବାରୁ ଶିକ୍ଷାଦାନରେ ଘୋରବାଧା ସୃଷ୍ଟି ହେଉଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଏକ ଦରଖାସ୍ତ ଦେଇ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ମାନେ ଦାବିକରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିଭିନ୍ନ ବିଦ୍ୟାଳୟରେ ୬୫ଟି ଚୁକ୍ତିଭତିକ ଶିକ୍ଷକ ପଦବି ନିମନ୍ତେ ଚିଠିନମ୍ବର ୨୬୮୪,ଗତ୩୦.୧୧.୨୦୧୮ରେ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଏହି ବିଜ୍ଞାପନ ଅନୁସାରେ ଜିଲ୍ଲା ତଥା ଜିଲ୍ଲାବାହର ରୁ ପ୍ରାର୍ଥୀନୀ ମାନେ ଆବେଦନ କରିଥିଲେ ମଧ୍ୟ କାହିରିକୁ ନିଯୁକ୍ତି ଦିଆଯାଇନଥିଲା । ପୁର୍ନବାର ଚିଠି ନମ୍ବର୧୨୧୯ ତା ୫.୧୦.୨୦୨୦ରେ ଦ୍ୱିତୀ ପର୍ଯ୍ୟାୟ ଓ ଚିଠି ନମ୍ବର ୧୭୪୩ ତା ୯.୧୨ ୨୦୨୦ ରେ ତୃତିୟ ପର୍ଯ୍ୟ୍ୟାରେ ନୋଟିସ ପ୍ରକାଶ ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭ କରାଯାଇନାହିଁ, ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ବୟସ ଗଡିଯିବା ସହ ଦିନକୁ ଦିନ ବେକାରୀ ସଂଖ୍ୟା ବୃଦ୍ଧିପାଇ ସେମାନେ ନିଜପରିବାର ପ୍ରତିପୋଷଣର କରିବା ପାଇଁ ଅକ୍ଷମ ହୋଇପଡିଛନ୍ତି । ଆବେଦନକାରୀ ମାନଙ୍କ ସମସ୍ତପ୍ରକାର ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନିଯୁକ୍ତି ପାଇପାରୁ ନାହାଁନ୍ତି, ଏହି ଶିକ୍ଷକ ପଦ ପାଇଁ ଆଶାକରି ଅନ୍ୟତ୍ର ଆବେଦନ କରିପାରୁନଥିବା ବେଳେ ସେମାନଙ୍କର ଚାକିରି କରିବା ବୟସ ଅତିକ୍ରାନ୍ତ ହେବାକୁଯାଉଛି ବୋଲି ଶିକ୍ଷିତ ଯୁବକ ଯୁବତୀ ମାନେ ଦୁଃଖ ପ୍ରକାଶ କରି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.