Home ଜିଲ୍ଲା ପରିକ୍ରମା କୋଭିଡ ନିୟମ ଉଲଘଂନ କରିଥିବାରୁ ଫାଷ୍ଟଫୁଡ ଦୋକାନ ସିଲ

କୋଭିଡ ନିୟମ ଉଲଘଂନ କରିଥିବାରୁ ଫାଷ୍ଟଫୁଡ ଦୋକାନ ସିଲ

89

ମାଲକାନଗିରି,୧୫ା ୪( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ କୋଭିଡ ନିୟମ ଉଲଘଂନ କରିବା ଯୋଗୁ ଗୋଟିଏ ଫାଷ୍ଟଫୁଡ ଦୋକାନକୁ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ମାଲକାନଗିରି ତହସିଲ କାର୍ଯ୍ୟାଳୟ ଗେଟ ନିକଟରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ପ୍ରତିଦିନ ସକାଳେ ଓ ସଜଂବେଳା ଗ୍ରାହକ ମାନଙ୍କର ପ୍ରବଳ ଭିଡ ହେଉଥିବା ଓ କେହି କୋଭିଡ ନିୟମ ପାଳନ କରୁନଥିବାର ଅଭିଯୋଗ ଜିଲ୍ଲାପ୍ରଶାସନ ନିକଟରେ ପହଁଚିଥିଲା । ଅଭିଯୋଗ କ୍ରମେ ଆଜି ସକାଳେ ମାଲକାନଗିରି ତହସିଲଦାର ଡଃ ଗୁଣନିଧି ନାୟକ,ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ସେଠାରେ ପହଁଚି ସେହି ଦୋକାନ ଉପରେ ଚଢଉ କରିଥିଲେ । ଦୋକାନି କୋଭିଡ ନିୟମ ଉଲଘଂନ କରି ଦୋକାନରେ ଗ୍ରାହକ ମାନଙ୍କର ଭିଡକରୁଥିବାରୁ ଆଜି ଠାରୁ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଙ୍କ କୋନାକୁ ସିଲକରିଛନ୍ତି । ତହସଲି କର୍ମଚାରି ମାନେ ଦୋକାନର ଦୁଇଟି କୋଠରୀରେ ତାଲା ପକାଇ ନାଲି କପଡା ଗୁଡାଇ ଜଉମୁଦଦେଇ ସିଲକରିଛନ୍ତି । ଦୋକାନ ସିଲକରି ତହସିଲଦାର ଓ ଥାନା ଅଧିକାରୀ ସହରର ସମସ୍ତ ଦୋକାନ ବଜାର ବୁଲି କୋଭିଡ ନିୟମ ପାଳନ କରିବା ପାଇଁ ଜନ ସଚେତନତାର ବର୍ତାଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.