Home ଓଡ଼ିଶା କୋଭିଡ କଟକଣା ମଧ୍ୟରେ ଦୁର୍ଗାପୂଜା,ମଣ୍ଡପରେ ଅଷ୍ଟମୀ ଓ ମନ୍ଦିର ପିଠରେ ନବମୀ ପୂଜା ପାଳନ

କୋଭିଡ କଟକଣା ମଧ୍ୟରେ ଦୁର୍ଗାପୂଜା,ମଣ୍ଡପରେ ଅଷ୍ଟମୀ ଓ ମନ୍ଦିର ପିଠରେ ନବମୀ ପୂଜା ପାଳନ

198

ମାଲକାନଗିରି,୧୩ ।୧୦ (ଓଡିଆ ପୁଅ ) କୋଭିଡ କଟକଣା ମଧ୍ୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଆଡମ୍ବର ସହକାରେ ମା ଜଗତ ଜନନୀ ଦୁର୍ଗାଦେବୀଙ୍କ ପୂଜା ମହୋତ୍ସବ ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଦୁର୍ଗାଗୁଡିସାହିର ଥିବା ଦୁର୍ଗାମନ୍ଦିରରେ ମା ଙ୍କ ଆଜି ନବମୀ ପୂଜା ଓ ବିଭିନ୍ନ ପୁଜା ମଣ୍ଡପରେ ମହାଅଷ୍ଟମୀ ପୂଜା ପାଳିତ ହୋଇଛି । ପୁବ ର୍ ପରି ମା ଦୁର୍ଗାଙ୍କ ଉଚ୍ଚପ୍ରତି ମୁର୍ତିନିର୍ମାଣ ନହୋଇ ଅନେକ ସ୍ଥାନରେ କେବଳ ଘଟପୂଜା ହେଉଛି । ହାତ ଗଣତି କେତକ ସ୍ଥାନରେ ବିଧି ବିଧାନ ଅନୁସାରେ ଛୋଟ ମୂର୍ତିନିର୍ମାଣ କରାଯାଇ ପୂଜା ହେଉଥିଲେ ମଧ୍ୟ ସେଠାକୁ କୋଭିଡ ନିୟମ ପାଳନ କରି ଭକ୍ତ ମାନଙ୍କୁ ଛଡା ଯାଉଛି,ମନ୍ଦିର ଭିତରେ କେବଳ ସାତଜଣ ପୂଜାରୀ କର୍ମକାର୍ତାଙ୍କୁ ନେଇ କୋଭିଡ ନିୟମ ପାଳନ କରି ପୂଜା ହେଉଛି । ଚଳିତ ବର୍ଷ ସ୍ୱଳ୍ପ ସଂଖ୍ୟକ ଭକ୍ତ ରେ ମା ଦୁର୍ଗାଙ୍କ ପୂଜା ଚାଲିଛି । ବିଶେଷକରି ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ପଡିଆ ନିକଟରେ ଥିବା ସର୍ବାଜନୀନ ଦୁର୍ଗାପୂଜା କମିଟି, ଡିଏନକେ ଛକ ପୂଜା ମଣ୍ଡପ,ସୁବାଷବୋଷ ଟାଉନକ୍ଲବ, ଦୁର୍ଗାଗୁଡିସାହି ଠାରେ ଥିବା ମା ଦୁର୍ଗାଙ୍କ ମନ୍ଦିରରେ ମାଙ୍କର ମହା ଅଷ୍ଟମୀ ଓ ନବମୀ ପୂଜା ହୋଇଛି । ଜିଲ୍ଲାପୁଲିସ ଦୁର୍ଗାମେଢ ରେ ମା ଙ୍କ ପ୍ରତି ମୂର୍ତିନିର୍ମାଣ ନହୋଇ କେବଳ ଘଟସ୍ଥାପନ କରାଯାଇ ଅଷ୍ଟମୀ ପୂଜା ହୋଇଛି । ମହିଳା କନେଷ୍ଟବଳ ମାନେ ପୂଜାମଣ୍ଡପ ନିକଟରେ ସୁନ୍ଦର ଭାବେ ଝୋଟି, ମରୂଜୁ, ରଙ୍ଗୋଲିରେ ଫୁଲ ପକାଇଛନ୍ତି । କିଛି ଦୁର୍ଗା ମେଢ ନିକଟରେ ଆଲୋକ ମାଳାରେ ସୁସଜିତ କରାଯାଇଛି ,ଦୁର୍ଗା ମଣ୍ଡପ ଗୁଡିକ ସ୍ୱଳ୍ପ ସଂଖ୍ୟକ ଭକ୍ତ ଧାଡିରେ ଛିଡା ହୋଇ ପୁଜାକରିଛନ୍ତି ।ଏହା ବ୍ୟତିତ ମାଲକାନଗିରି, କାଲିମେଳା, ପଡିଆ, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି, କୋରକୁଣ୍ଡା, ସାତଟି ଯାକ ବ୍ଲକ ସହିତ ଏମଭି୭୯,ଏମଭି୭୨,ଏମଭି୧୭, ଏମଭି୧୫, ଚିତ୍ରକୋଣ୍ଡା, ତାର୍ଲାକୋଟା, ପିଟ।।ଗେଟା,ଚାଲାଣଗୁଡା,ପଦ୍ମଗିରି ବିଭିନ୍ନ ସହରବଜାର ଓ ପଚାଂୟତର ବିଭିନ୍ନ ସା୍ଥନାରେ କୋଭିଡ ନାୟମ ପାଳନ କରାଯାଇ ନିରାଆଡମ୍ବର ସହକାରେ ମା ଦୁର୍ଗାଙ୍କ ମହା ଅଷ୍ଟମୀପୂଜା ପାଳିତ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.