Home କେନ୍ଦୁଝର କୋଭିଡରେ ୱାର୍ଡସଭ୍ୟଙ୍କ ପରଲୋକ

କୋଭିଡରେ ୱାର୍ଡସଭ୍ୟଙ୍କ ପରଲୋକ

43

ହାଟଡିହି- ୮ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ପଞ୍ଚାୟତର ୱାର୍ଡସଭ୍ୟ ନରୋତ୍ତମ ଜେନା(ରାଜୀବ)ଙ୍କ ୫୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେଲା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରୀକ୍ଷା କରାଇବାପରେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା । ଗତ ରବିବାର ଦିନ ତାଙ୍କୁ କେନ୍ଦୁଝର ରାହାଙ୍କି ସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଦିନ ୩ଟାବେଳେ ତାଙ୍କର ମୃତ୍ୟୁ ଘଟିଥବବା ନେଇ ତାଙ୍କ ପନୁ ସତ୍ୟ ଜେନା ସୁଚନା ଦେଇଛନ୍ତି । ନରୋତ୍ତମ ଜଣେ ସମାଜସେବୀ ଭାବେ ସମଗ୍ର ପଞ୍ଚାୟତରେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.