Home Top News ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ଏବଂ ନୂତନ ଦାୟୀତ୍ତ୍ୱ ପ୍ରଦାନ

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ଏବଂ ନୂତନ ଦାୟୀତ୍ତ୍ୱ ପ୍ରଦାନ

147

ଭୁବନେଶ୍ୱର, ୨୭ ଜୁନ୍ (ଓଡ଼ିଆ ପୁଅ) ଆଇଏଏସ୍ ସ୍ତରରେ ଅଦଳବଦଳ ଏବଂ ନୂତନ ଦାୟୀତ୍ତ୍ୱ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ଏ ନେଇ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରାକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,

ଶ୍ରୀ ସୁରେଶ କୁମାର ବଷିଷ୍ଠ, ଆଇଏଏସ୍ (୧୯୯୮), ସ୍ୱତନ୍ତ୍ର ସଚିବ, ଓଡ଼ିଶା ସରକାରଙ୍କୁ ଏବେ କମିଶନର-କମ-ସେକ୍ରେଟାରୀ, ଏ ଏବଂ ଏଫଇ ବିଭାଗ ଭାବେ ନୂତନ ଦାୟୀତ୍ତ୍ୱ ପ‌୍ରଦାନ କରାଯାଇଛି।

ଶ୍ରୀ ଭୁପେନ୍ଦ୍ର ସିଂ ପୁନିୟା, ଆଇଏଏସ୍ (୨୦୦୮), ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, OSEPA ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଆରଏମ୍ଏସ୍ଏ, ଭୁବନେଶ୍ୱର ଏବଂ ଚେୟାରମ୍ୟାନ୍, CHSE ଙ୍କୁ ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତି ନିଳିଛି। ସ୍ଥାନରେ ଭାବରେ ନିଯୁକ୍ତ ହୋଇଛନ୍ତି। ଡକ୍ଟର ଜବାଲେ ନିତିନ ଭାନୁଦାସ, ଆଇଏଏସ୍ (୨୦୦୩) ମହାରାଷ୍ଟ୍ରକୁ ଆନ୍ତଃ କ୍ୟାଡର ଡେପୁଟେସନ୍ ରେ ଯିବା ପରେ ତାଙ୍କ ସ୍ଥାନରେ ଶ୍ରୀ ଭୁପେନ୍ଦ୍ର ସିଂ ପୁନିୟାଙ୍କୁ ନୂତନ ଦାୟୀତ୍ତ୍ୱ ପ୍ରଦାନ କରାଯାଇଛି। ତାଙ୍କୁ ତାଙ୍କ ନିଜ କର୍ତ୍ତବ୍ୟ ବ୍ୟତୀତ ଶିଳ୍ପ ବିଭାଗ ଅତିରିକ୍ତ ସଚିବଙ୍କ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି ଏବଂ ସେ ମଧ୍ୟ ଇଡି, IDCO ର ଅତିରିକ୍ତ ଚାର୍ଜରେ ରହିବେ।

ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, IAS (୨୦୧୦), OSD, G.A.& P.G.ବିଭାଗ ଙ୍କୁ ସିଇଓ, WODC ଭାବରେ ନିଯୁକ୍ତି ଦିଆଯାଇଛି।

ଶ୍ରୀ ଅନୁପମ ସାହା, ଆଇଏଏସ୍ (୨୦୧୨), କଲେକ୍ଟର ଏବଂ ଡିଏମ୍, ଗଜପତିଙ୍କୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ OSEPA ଭାବରେ ନିଯୁକ୍ତ କରାଯାଇଛି। ତାଙ୍କୁ ନିଜ କର୍ତ୍ତବ୍ୟ ବ୍ୟତୀତ ସଦସ୍ୟ ସଚିବ “ମୋ ସ୍କୁଲ” ର ଅତିରିକ୍ତ ଦାୟିତ୍ତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।

ମିସ୍ ମନୀଶା ବାନାର୍ଜୀ, ଆଇଏଏସ୍ (୨୦୧୩), କଲେକ୍ଟର ଏବଂ ଡିଏମ୍, ସୋନପୁରଙ୍କୁ କଲେକ୍ଟର ଏବଂ ଡିଏମ୍, ବରଗଡ ଭାବରେ ନିଯୁକ୍ତ କରାଯାଇଛି।

ଡଃ ୟେଦୁଲା ବିଜୟ, ଆଇଏଏସ୍ (୨୦୧୪), କଲେକ୍ଟର ଏବଂ ଡିଏମ୍, ମାଲକାନଗିରିଙ୍କୁ ନିର୍ଦ୍ଦେଶକ, ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା, ଓଡିଶା, କଟକ ଭାବରେ ନିଯୁକ୍ତି ମିଳିଛି।

ଶ୍ରୀ ଲିଙ୍ଗରାଜ ପଣ୍ଡା, ଆଇଏଏସ୍ (ଆରଆର -୨୦୧୫), ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡିଶା ଆଦର୍ଶ ବିଦ୍ୟାଲୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଗଜପତି କଲେକ୍ଟର ଏବଂ ଡିଏମ, ଭାବରେ ନିଯୁକ୍ତି ମିଳିଛି।

ମିସ୍ ଅବୋଲି ସୁନୀଲ ନରବାଣେ, ଆଇଏଏସ୍ (୨୦୧୫), ଏଡିଏମ୍, ରାଉକେଲାଙ୍କୁ ସୋନପୁର କଲେକ୍ଟର ଏବଂ ଡିଏମ୍ ଭାବରେ ନିଯୁକ୍ତି ମିଳିଛି।

ଶ୍ରୀ ଦିବ୍ୟ ଜ୍ୟୋତି ପରିଡା, ଆଇଏଏସ୍ (୨୦୧୬), କମିଶନର, ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍, ସିଇଓ, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ର ଅତିରିକ୍ତ ଚାର୍ଜ ବ୍ୟତୀତ ଏଡିଏମ୍, ରାଉରକେଲା ଏବଂ ସଚିବ, ରାଉରକେଲା ବିକାଶ ପ୍ରାଧିକରଣର ଅତିରିକ୍ତ ଦାୟିତ୍ତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।

ଶ୍ରୀ ବିଶାଲ ସିଂ, ଆଇଏଏସ୍ (ଆରଆର -୨୦୧୬), ପିଡି, ଡିଆରଡିଏ, ଯାଜପୁରଙ୍କୁ ମାଲକାନଗିରି କଲେକ୍ଟର ଏବଂ ଡିଏମ ଭାବରେ ନିଯୁକ୍ତି ମିଳିଛି।

ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଆଇଏଏସ୍ (୨୦୧୭), ସବ୍-କଲେକ୍ଟର, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ତ୍ୱ ଟିଟିଲାଗଡଙ୍କୁ PD, DRDA, କଳାହାଣ୍ଡି ଭାବରେ ନିଯୁକ୍ତି ମିଳିଛି।

ମିସ୍ ପି ଅନ୍ୱେସା ରେଡ୍ଡୀ, IAS (୨୦୧୭), ସବ୍-କଲେକ୍ଟର, ବାରିପଦା କାର୍ଯ୍ୟନିର୍ବାହୀ ଅଧିକାରୀ ଅତିରିକ୍ତ ଚାର୍ଜ ସହିତ ବାରିପଦା ପୌରପାଳିକାଙ୍କୁ PD, DRDA, ମୟୂରଭଞ୍ଜ ଭାବରେ ନିଯୁକ୍ତି ମିଳିଛି।

ଶ୍ରୀ ଦିବାକର ଟି.ଏସ୍, ଆଇଏଏସ୍ (୨୦୧୭), ସବ୍-କଲେକ୍ଟର, କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସିର ଅତିରିକ୍ତ ଚାର୍ଜ ସହିତ ଧର୍ମଗଡଙ୍କୁ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟରର OSD ଭାବରେ ନିଯୁକ୍ତି ମିଳିଛି।

ଶ୍ରୀ ଅଗ୍ରୱାଲ ଅକ୍ଷୟ ସୁନୀଲ, ଆଇଏଏସ୍ (୨୦୧୯) ସବ-କଲେକ୍ଟର, ନବରଙ୍ଗପୁର ଭାବରେ ନିଯୁକ୍ତି ମିଳିଛି।

ମିସ୍ ଅନ୍ୟା ଦାସ, ଆଇଏଏସ୍ (୨୦୧୯) ବାରିପଦା ସବ୍ କଲେକ୍ଟର ଭାବରେ ନିଯୁକ୍ତ।

ଶ୍ରୀ ଆଦିତ୍ୟ ଗୋୟେଲ, ଆଇଏଏସ୍ (୨୦୧୯) କୁଚିଣ୍ଡା ସବ୍ କଲେକ୍ଟର ଭାବରେ ନିଯୁକ୍ତ।

ଶ୍ରୀ ମହାଜନ ମନୋଜ ସତ୍ୟୱାନ୍, ଆଇଏଏସ୍ (୨୦୧୯) ଟିଟିଲାଗଡର ସବ୍-କଲେକ୍ଟର ଭାବରେ ନିଯୁକ୍ତ।

ଶ୍ରୀ ପାୱାର ସଚିନ ପ୍ରକାଶ, ଆଇଏଏସ୍ (୨୦୧୯) ଧର୍ମଗଡର ସବ୍-କଲେକ୍ଟର ଭାବରେ ନିଯୁକ୍ତ।

ଶ୍ରୀ ଇସାଲୱାର ଗୌରବ ଶିବାଜୀ, ଆଇଏଏସ୍ (୨୦୧୯) ଖୋର୍ଦ୍ଧା ସବ୍-କଲେକ୍ଟର ଭାବରେ ନିଯୁକ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.