Home ଗଞ୍ଜାମ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଶିଶୁ ରୋଗ ବିଶେଷଜ୍ଞ

କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଶିଶୁ ରୋଗ ବିଶେଷଜ୍ଞ

59

କୋଦଳା ୨୫ /୧୦ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଭିନ୍ନ ବିଭାଗର ଜଣେ ବା ଦୁଇ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁରୋଗ ବିଶେଷଜ୍ଞ ଭାବେ ଡ଼ା. ସୁଜିତ୍ କୁମାର ବେହେରା ନୂତନ ଭାବେ ଯୋଗଦାନ କରିଛନ୍ତି। ଚନ୍ଦ୍ରଗିରି ଅଞ୍ଚଳରେ ଡ଼ା. ବେହେରା ତିନି ବର୍ଷ କାର୍ଯ୍ୟ କରିଥିବା ବେଳେ ଶିଶୁରୋଗ ବିଶେଷଜ୍ଞ ଭାବେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ କାର୍ଯ୍ୟ କରିଥିଲେ। ପୂର୍ବରୁ ଦୁଇ ଜଣ ଡାକ୍ତର କୋଦଳା ମେଡିକାଲରେ ଥିବା ବେଳେ ବର୍ତ୍ତମାନ ଡ଼ା. ବେହେରାଙ୍କୁ ମିଶାଇ ୩ ଜଣ ଡାକ୍ତର ହୋଇଛନ୍ତି। କୋଦଳା ଅଞ୍ଚଳର ଲୋକଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ତିନି ଜଣ ଡାକ୍ତର ଲକ୍ଷ୍ୟ ରଖିଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.