Home ଜିଲ୍ଲା ପରିକ୍ରମା କୋଠାର ବଜାରରେ ଛୁରାମାଡ଼,ଜଣେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ଭର୍ଲି, ପୁଲିସ୍‌ର ଛାନଭିନ

କୋଠାର ବଜାରରେ ଛୁରାମାଡ଼,ଜଣେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ଭର୍ଲି, ପୁଲିସ୍‌ର ଛାନଭିନ

3

ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଂଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଂଚଳରେ ଉତେଜନା ପ୍ରକାଶ ପାଇଛି। ସୁଚନା ଥାଉକି ମିର୍ଘାଟକୁଳ ଗ୍ରାମର ଗୌରାଙ୍ଗ ମଲିକ କୋଠାର ବଜାରରେ ଚା’ ପିଉଥିବା ବେଳେ କୌଣସି କଥାକୁ ନେଇ ଦୀପୁ ମଲିକ ସହ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେବା ପରେ ଦୀପୁ ହଠାତ୍ ଗୌରାଙ୍ଗ ଙ୍କ ଉପରେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେଠାରୁ ଦୌଡ଼ି ପଳାଇଯାଇଥିବା କୁହାଯାଉଛି। ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଧୂଷୁରୀ ପୋଲିସର ପାଟ୍ରୋଲିଂ ଭ୍ୟାନ୍ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତା ମିଳିନଥିବା ସୂଚନା ମିଳିଛି। ଗୁରୁତର ଆହତ ଗୌରାଙ୍ଗ ମଲିକଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣାକୁ ନେଇ କୋଠାର ବଜାର ଅଂଚଳରେ ଉତେଜନା ଲାଗି ରହିଛି।ଘଟଣା ସମ୍ପର୍କରେ ଧୂଷୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.