Home ଓଡ଼ିଶା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କର ନିଧନ

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କର ନିଧନ

499

ନୂଆ ଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାସୱାନଙ୍କ ଦେହାନ୍ତ ହୋଇଛି। ଚିରାଗ ପାସୱାନ୍ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ରାମ ବିଲାସ ପାସୱାନ କିଛି ଦିନ ହେବ ଅସୁସ୍ଥ ଥିଲେ। ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ରାମ ବିଲାସଙ୍କ ଦେହାନ୍ତ ହେବା ଏଲଜେପି ପାଇଁ ଏକ ବଡ଼ ପ୍ରତିବନ୍ଧକ। ପାସୱାନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

– ନିକଟରେ ତାଙ୍କର ହୃଦୟ ଅସ୍ତ୍ରୋପଚାର ହୋଇଥିଲା।
– ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ରାଜନୀତିରେ ରହିଆସିଥିବା ତଥା ଦେଶର ଅନ୍ୟତମ ପ୍ରମୁଖ ଦଲିତ ନେତାଙ୍କ ମଧ୍ୟରୁ ରାମ ବିଲାଶ ପାସୱାନ (୭୪) ଗତ କିଛି ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
– ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।
– ଚିରାଗ ପାସୱାନ ଏକ ଟୁଇଟ୍‌ରେ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ହଠାତ୍‌ ପିତାଙ୍କ ହୃଦଘାତ ଅସ୍ତ୍ରୋପଚାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.