Home ଜିଲ୍ଲା ପରିକ୍ରମା ଚତୁର୍ଭୁଜପୁର ରାସ୍ତା ବିପର୍ଯ୍ୟସ୍ତ

ଚତୁର୍ଭୁଜପୁର ରାସ୍ତା ବିପର୍ଯ୍ୟସ୍ତ

92

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ଅନ୍ତର୍ଗତ ଚତୁର୍ଭୁଜପୁର ଗ୍ରାମ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଏହାର ଆଶୁ ମରାମତି ସହ କଂକ୍ରିଟକରଣ ପାଇଁ ଦାବି ହୋଇଛି । ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ମାଳଦା ବଜାର ନିକଟରୁ ଗ୍ରାମକୁ ସଂଯୁକ୍ତ କରୁଥିବା ପ୍ରାୟ ତିନିଶହ ମିଟର ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇଛି । ଏହି ବିପର୍ଯ୍ୟସ୍ତ ରାସ୍ତା ପାଶ୍ୱର୍ରେ ରହିଛି ଗ୍ରାମର ପ୍ରାଥମିକ ବିଦ୍ୟାଳୟ । ଗ୍ରାମରୁ ଶିଶୁମାନେ ବିଦ୍ୟାଳୟକୁ ଯାତାୟତ କରିବା ବିପଦଜନକ ହୋଇଛି । ବୃଦ୍ଧ ଓ ରୋଗୀମାନେ ରାସ୍ତା ଅତିକ୍ରମ କରି ଯିବାକୁ ଭୟ କରୁଥିବା ବେଳେ ଅନ୍ଧାର ରାତ୍ରରେ ଯାତାୟତ କରିବା ସମସ୍ତଙ୍କ ପାଇଁ ଅସୁବିଧା ହେଉଛି । ଗ୍ରାମର ଦୁଇଶହ ପରିବାର ଜନସଂଖ୍ୟା ପ୍ରାୟ ଛଅଶହ ହେବ । ଗ୍ରାମ ମଧ୍ୟରେ ଥିବା ରାସ୍ତାର ଅଂଶ କଂକ୍ରିଟକରଣ ହୋଇଛି । ମାତ୍ର ବସ୍ତି ଠାରୁ ପୁର୍ତ୍ତ ରାସ୍ତାକୁ ସଂଯୁକ୍ତ କରୁଥିବା ରାସ୍ତା ଅଂଶ ଅଗମ୍ୟ ହୋଇଛି । ଗତ ଦଶବର୍ଷ ଧରି ଏହି ରାସ୍ତାର ସାମାନ୍ୟତମ ମରାମତି ହୋଇନାହିଁ । ତେବେ ପଞ୍ଚାୟତ ପକ୍ଷରୁ ଚଳିତ ଆର୍ଥୀକ ବର୍ଷରେ ଚାରି ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ କାର୍ଯ୍ୟାଦେଶ ହୋଇଛି ବୋଲି ସରପଞ୍ଚ ରିତାଞ୍ଜଳୀ ସାମଲ ପ୍ରକାଶ କରିଛନ୍ତି । ଅଧିକନ୍ତୁ ଏହି ରାସ୍ତାକୁ ପୁନଃନିର୍ମାଣ ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସରପଞ୍ଚ ଶ୍ରୀମତୀ ସାମଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.