Home ଓଡ଼ିଶା ଦୁଇ ବର୍ଷ ପରେ ଝିଅ ମୃତ୍ୟୁର ନ୍ୟାୟ ପାଇଁ ପରିବାର ପକ୍ଷରୁ ପ୍ରେସମିଟ

ଦୁଇ ବର୍ଷ ପରେ ଝିଅ ମୃତ୍ୟୁର ନ୍ୟାୟ ପାଇଁ ପରିବାର ପକ୍ଷରୁ ପ୍ରେସମିଟ

145

ବାହାନଗା,୮/୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ବ୍ଲକ ଖରାସାହାପୁରରେ ଏକ କଳେଜ ପଢୁଆ ଝିଅର ମୃତ୍ୟୁକୁ ୨ବର୍ଷ ବିତି ଯାଇଥିଲେବି ପାରିବାରକୁ ନ୍ୟାୟ ମିଳିନି କିମ୍ବା ଏଥିରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ମୃତକ ପରିବାର ପକ୍ଷରୁ ଏକ ପ୍ରେସ ମିଟ ଜରୀଆରେ ସରକାର ତଥା ପ୍ରଶାସନକୁ ଆକୁଳ ନିବେଦନ କରି କହିଛନ୍ତି ମୃତକ ଝିଅର ବାପା , ମାଆ, ଭାଇ ଓ ଅନ୍ୟ ପରିବାର । ଏବଂ ପରିବାରକୁ ବିଭିନ୍ନ ସମୟରେ ଧମକ ଓ ଅଶ୍ଳିଳ ଇଙ୍ଗିତ କରା ଯାଉଥିବାର ମଧ୍ୟ କହିଛନ୍ତି । ସୂଚନା ଅନୁସାରେ ଏହି ଗ୍ରାମର କୃଷ୍ଣଚନ୍ଦ୍ର ମହାଳିକ ଝିଅ ଜିନାରାଣୀ (୨୨) ୮/୮/୨୦୧୮ ମସିହା ମଧ୍ୟ ରାତ୍ରିରେ ଘରେ ରସି ଲଗାଇ ଆମ଼ôହତ୍ୟା କରିଥିଲା । ପରିବାର ଲୋକେ ତାର ଝୁଳନ୍ତା ମୃତ ଦେହ ପରଦିନ ଦେଖି ପୋଲିସ ଓ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରିଥିଲେ । ସେତେବେଳେ ଜିନା ଉପେନ୍ଦ୍ରନାଥ ମହାବିଦ୍ୟାଳୟ ସୋରରେ ଯୁକ୍ତ ତିନି ଶେଷ ବର୍ଷର କଳାର ଛାତ୍ରୀ ଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଏକ ଅପମୃତ୍ୟୁ ମାମଲା ୪୩/୧୮ରେ ରୁଜୁ କରିଥିଲା । ପରେ ପରିବାର ପକ୍ଷରୁ ଏତେଲ ।ଦିଆ ଯାଇଥିଲା । ପୋଲିସ ଅଭିଯୋଗ ପାଇବା ପରେ ୩୪୯/୨୦୧୮ରେ ତଦନ୍ତ କରୁଥିଲା । ସେଥିରେ ତାର ମୃତ୍ୟୁ ପାଇଁ ଦୁଇଜଣ ଯୁବକଙ୍କ ନାମ ଉଲ୍ଲେଖ କରାଯାଇଛି । ଖରାସାହାପୁର ଗ୍ରାମର ଘନଶ୍ୟାମ ମହାଳିକଙ୍କ ପୁଅ ସୁବ୍ରତ (୨୬) ଯିଏକି ଜିନାକୁ ଭଲ ପାଉ ଥିଲା । ଏବଂ ଭଳ ପାଇ ତାହାକୁ ଗର୍ଭବତୀ କରାଇ ଥିଲା । ଏବଂ ପରେ ଗର୍ଭ ନଷ୍ଟ ପାଇଁ ଔଷଧ ଦେଇଥିଲା । ଏବଂ ସେହି ଔଷଧ ଖାଇ ଜିନା କଷ୍ଟ ଭୋଗୁଥିବାର ନିଜ ବ୍ୟକ୍ତିଗତ ଡାଏରୀରେ ଲେଖିଅଛି ବୋଲି ଏତେଲାରେ ଲିଖିତ ଥିବା ସହ ମୃତକ ଜିନାର ପରିବାର ପ୍ରେସମିଟ ଜରୀଆରେ ପ୍ରକାଶ କରିଛନ୍ତି । ଅହୁରି ପ୍ରକାଶ କରିଛନ୍ତି ତାକୁ ସହଯୋଗ କରି ମଧ୍ୟସ୍ତି ସେହି ଗ୍ରାମର ବିଷ୍ଣୁମୋହନ ମହାଳିକଙ୍କ ପୁଅ ବୀରେନ୍ଦ୍ର କରୁଥିଲା । ଜିନାର ପରିବାର ପକ୍ଷରୁ ଏହି ଦୁଇଜଣଙ୍କୁ ଦାୟି କରି ଥିବାର କହିବା ସହ ଏଫଆଇଆରରେ ଲିଖିତ କରାଯାଇଛି । ଏହି କ୍ରମରେ ୨ବର୍ଷ ବିତି ଯିବା ପରେ ଗତ ୨୫/୯/୨୦ରେ ସୋର ପୋଲିସ ସୁବ୍ରତକୁ ଗିରଫ କରି କୋର୍ଟ ଚାଲାଣ କରଇଥିବାର ଜଣାପଡ଼ିଛି । ଜଣକୁ ଧରିବା ପରେ ପରିବାର ପକ୍ଷରୁ ସାହାସ କରି ଏକ ପ୍ରେସ ମିଟ ଜରୀଆରେ ସମ୍ପୃକ୍ତ ଅନ୍ୟଜଣକୁ ଗିରଫ କରିବା ସହ ଆମକୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.