Home ଓଡ଼ିଶା କେନ୍ଦୁଝର ଓଏମ୍‌ସି ଖଣିରେ ଶ୍ରମିକ ଅଶାନ୍ତି : ଶ୍ରମିକଙ୍କ ବଦଳରେ ମେସିନ କରୁଛିକାମ : ଭୋକ...

କେନ୍ଦୁଝର ଓଏମ୍‌ସି ଖଣିରେ ଶ୍ରମିକ ଅଶାନ୍ତି : ଶ୍ରମିକଙ୍କ ବଦଳରେ ମେସିନ କରୁଛିକାମ : ଭୋକ ଉପାସରେ ଶତାଧିକ ଶ୍ରମିକ : କାମଦାବିରେ ଆନ୍ଦୋଳନ ୨୪ ଦିନରେ ପହଁଚିଲା

81

କେନ୍ଦୁଝର, ୪ ନଭେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଓଏମ୍‌ସି ଖଣି ରେ ବଢି ଚାଲିଚି ଶ୍ରମିକ ଅଶାନ୍ତି। ସରକାରୀ ନିୟମ ଓ ବିଧି ବ୍ୟବସ୍ଥାକୁ ବେଖାତିର କରି ଶ୍ରମିକ ଙ୍କ ବଦଳରେ କାମ କରୁଛି ମେସିନ। ଏପଟେ ଭୋକ ଉପାସରେ ଆଗାମୀ ଦିନର ଅନିଶ୍ଚିତ ଭବିଷ୍ୟତକୁ ନେଇ ଦିନ କାଟୁଛନ୍ତି ଶହ ଶହ ଖଣି ପ୍ରଭାବିତ ଶ୍ରମିକ ଙ୍କର ପରିବାର। ଖଣି ରେ କାମ ଦାବି କରି ଶ୍ରମିକ ମାନଙ୍କ ପକ୍ଷରୁ ଆରମ୍ଭ ଧାରଣା ଓ ଆନ୍ଦୋଳନ ୨୪ ଦିନରେ ପହଂଚିବା ପରେ ମଧ୍ୟ କୌଣସି ସମାଧାନ କରାଯାଉନାହିଁ। ଏହା ହିଁ କଣ ରାଜ୍ୟ ର ସ୍ୱଛ ଶାସନ ବ୍ୟବସ୍ଥାର କଣ ଉଦାହରଣ । ଅବଶ୍ୟ ଏହାକୁ ନେଇ ଏବେ ଶାସକ ଦଳ ଓ ବିଜେପି ଦଳ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତ କରଣରୁ କୌଣସି ନିଷ୍ପତି ହୋଇପାରୁ ନଥିବା ବେଳେ ଏହା ଉପରେ କୁଆଡେ ଜିଲ୍ଲା ପ୍ରଶାସନ କଡା ନଜର ରଖିଥିବା କୁହା ଯାଉଛି।

ମଙ୍ଗଳବାର ଦିନ ସଦର ବିଧାୟକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଧାରଣାରତ ଶ୍ରମିକ ଙ୍କୁ ସମର୍ଥନ କରି ଘଟଣା ସ୍ଥଳରେ ପହଂଚି ଥିବା ବେଳେ ତାଙ୍କୁ ସମର୍ଥନ କରି ଅନେକ ଭୂୟାଁ ଓ ଜୁଆଙ୍ଗ ସଂଙ୍ଗଠନ ର ସଭ୍ୟ ମାନେ ମଧ୍ୟ ସେଠାରେ ପହଂଚିଥିଲେ। ଏବଂ ଅନ୍ୟ ପଟେ ଏହାକୁ ବିରୋଧ କରି ଖଣି ରେ କାମ କରିଆସୁଥିବା ଏକ ସଂଙ୍ଗଠନ ଓ ତାଙ୍କ ସମର୍ଥକ ମାନେ ଓ -ଏମ୍ -ସି ଖଣି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ଙ୍କର କୁଶପୁତଳିକା ଦାହ କରିଥିଲେ। ଏହାକୁ ନେଇ ସମଗ୍ର ଖଣି ଅଚଂଳରେ ପ୍ରବଳ ଉତେଜନା ଦେଖା ଦେଇଥିଲା। ବିଧାୟକ ଙ୍କର ଅଭିଯୋଗ ଅନୁସାରେ ଖଣି ଗାଇଡ ଲାଇନ ଅନୁସାରେ ଖଣି କାମରେ ୬୦ ଭାଗ ମେସିନ ଓ ୪୦ ଭାଗ କାମ ଶ୍ରମିକ ଙ୍କ ଦ୍ୱାରା ହେବା କଥା। ମାତ୍ର ଏଠାର ଜିଲ୍ଲା ବାହର ର କିଛି ମୁଷ୍ଠିମେୟ ବ୍ୟକ୍ତି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ନାଁ ରେ ଏକ ସଂସ୍ଥା କରି ଓ- ଏମ୍ – ସି କର୍ତୁପକ୍ଷ ଙ୍କୁ ହତ ବାରିସି ଖଣି ପ୍ରଭାବିତି ଅଚଂଳର ଶହ ଶହ ଶ୍ରମିକ ମାନଙ୍କ ଦାନା ମାରି, ସମସ୍ତ କାମ ମେସିନ ରେ କରି ଶ୍ରମିକ ଙ୍କୁ ନାମକୁ ମାତ୍ର ମାସକୁ ମାତ୍ର ଦୁଇ ରୁ ତିନି ହଜାର ଟଙ୍କା ଧରାଇ ଦେଇ ନିଜେ କୋଟି କୋଟି ଟଙ୍କା ମୁନାଫା କମାଉଛନ୍ତି। ମାତ୍ର ଯଦି ଶ୍ରମିକ ମାନେ କାମ କରନ୍ତେ ତେବେ ଜଣ ପିଛା ସେମାନେ ମାସ କୁ ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ପାଇ ପାରନ୍ତେ। ଯାହାକୁ କୁ ଲୋଡି ଏଜେନ୍ସି ଶ୍ରମିକ ଙ୍କ ନାଁରେ ହଡପ କରୁଥିବା ସେ କହିଛନ୍ତି। ଯଦି ଶ୍ରମିକ ମାନଙ୍କ ସଂପର୍କରେ କିଛି ନିଷ୍ପତି ନହୁଏ ତେବେ ଆଗାମୀ ବିଧାନସଭା ରେ ସେ ଏହାକୁ ନେଇ ପ୍ରଶ୍ନ ଉଠାଇବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଏବେ ଶ୍ରମିକ ଅଶାନ୍ତି ବଢିବାରେ ଲାଗିଛି। ଶ୍ରମିକ ମାନେ ନିଜେ ଏହି କାମ କରିବାକୁ ଜିଦ ଧରି ବସିଛନ୍ତି ଓ ଯଦି ମେସିନ କାମ କରିବ ତେବେ ସେହି ଶ୍ରମିକ ମାନେ ହିଁ ମେସିନ ଲଗାଇ କାମ କରିବେ ବୋଲି ଦାବି କରିଛନ୍ତି। ଏହାକୁ ନେଇ ସେମାନେ ଓଏମ୍‌ସି କର୍ତୁପକ୍ଷ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ନେତା ମନ୍ତ୍ରୀ ଙ୍କୁ ଗୁହାରି କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ ଦୀର୍ଘ ୨୪ ଦିନ ହେବ ଆନ୍ଦେଳନ ଓ ଧାରଣା ରେ ବସି ରହିଛନ୍ତି। ସେପଟେ ଶ୍ରମିକ ଙ୍କୁ ହଟାଇ ମେସିନେ ରେ କାମ କରି କୋଟି କୋଟି ଟଙ୍କା ମୁନାଫା କମାଉଥିବା ଲୋଡିଂ ଏଜେନ୍ସି ବିଧାୟକ ଙ୍କର ହସ୍ତଯେକ୍ଷପ କୁ ବିରୋଧ କରି ଓଏମ୍‌ସି କାର୍ଯ୍ୟାଲୟ ଆଗରେ ତାଙ୍କର କିଛି ସମର୍ଥକ ଙ୍କୁ ନେଇ ବିରୋଧ କରିବା ସହ ଶ୍ରମିକ ମାନଙ୍କୁ ଯୋର ଜବରଦସ୍ତ ଧାରଣା ରୁ ହଟାଇବାକୁ ଓଏମ୍‌ସି କର୍ତୁପକ୍ଷ ଙ୍କ ଠାରେ ଦାବି କରିଛନ୍ତି। ଲୋଡିଂ ଏଜେନ୍ସିର ଅଭିଯୋଗ ହେଲା ଯେ ସଦର ବିଧାୟକ ମୋହନ ଚରଣ ମାଝି, ନିରୀହ, ଗରିବ ଶ୍ରମିକ ମାନଙ୍କୁ ଆୟୁଧ କରି ଗରୀବ ଙ୍କ କାନ୍ଧ ରେ ବନ୍ଧୁକ ରଖି ନିଜେ ମେସିନ ଲଗାଇ ମୁନାଫା କମାଇବାର ଯେଉଁ ଷଡଯନ୍ତ୍ର କରୁଛନ୍ତି ତାହାକୁ ସେମାନ ବିରୋଧ କରୁଛନ୍ତି। ଏହା ସହ ସେମାନେ ମୋହନ ମାଝି ଙ୍କର ଏକ କୁଶପୁତଳିକା ମଧ୍ୟ ଦାହ କରିଥିଲେ। ବର୍ତମାନର ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ କୁ ତୁରନ୍ତ ପଦକ୍ଷପ ନେଇ ସାମସ୍ୟାର ସମଧାନ କରିବା ଜରୁରୀ ହୋଇ ପଡିଛି। ନଚେତ ଆଗମୀ ଦିନରେ ଏହା ଏକ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏ ସଂପର୍କରେ ଓଏମ୍‌ସି କର୍ତୁପକ୍ଷ କିଛି ମତାମତ ଦେବାକୁ ସିଧା ସିଧା ମନା କରିଦେିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.