ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦୁଝର-ଭଦ୍ରକ ଦୁଇ ଜିଲାର ସୀମା ବିବାଦ ସମସ୍ୟାକୁ ଜିଲାପାଳ ସମାଧାନ କରିବା ପରେ ଆପଣ୍ଡା ଗ୍ରାମବାସୀଙ୍କ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ଏବେ ଘୂରି ବୁଲୁଛି। ବିଗତ କିଛି ଦିନ ମଧ୍ୟରେ ଭଦ୍ରକ ଏବଂ କେନ୍ଦୁଝର ର ସୀମା ରେ ୨୦୨୩ ମସିହା ରେ ହୋଇଥିବା ସୀମା ବିବାଦ ର ମୁଖ୍ୟ କାରଣ ବେଆଇନ ଯାତ୍ରୀ ବିଶ୍ରାମଗାର ଯାହାକୁ ଅଦ୍ୟାବଧି ଭଦ୍ରକ ଜିଲ୍ଲା ପ୍ରଶାସନ ବନ୍ଦ କରିଛି । ଏବେ ଏହାକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଗତ ତା ୩୦.୦୫.୨୬ ରିଖରେ ଉଭୟପକ୍ଷଙ୍କ ସହମତିରେ ନିଷ୍ପତି ନେଇଛି। ତେବେ ଏହି ନିଷ୍ପତିକୁ ଆପଣ୍ଡା ଗ୍ରାମବାସୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଓକିଲ ମାନେ ତୀବ୍ର ବିରୋଧ କରୁଛନ୍ତି। ଏହି ବିଶ୍ରାମଗାର ଖୋଲିବା ଦ୍ୱାରା ଆପଣ୍ଡା ଏବଂ ଓରାଳୀ ଗ୍ରାମର ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଛି ବୋଲି ଗଣମାଧ୍ୟମ ଜରିଆରେ ଦର୍ଶାଯାଇଛି। ଏହି ବିଶ୍ରାମଗାର ରୁ ହିଁ ଯୋଜନାବଦ୍ଧ ଭାବରେ ଆପଣ୍ଡା ଗ୍ରାମବାସୀଙ୍କ ଦୋକାନ ଗୁଡ଼ିକୁ ପେଟ୍ରୋଲ ଢାଳି ନିଆଁ ଲଗାଯାଇଥିଲା। ଓରାଳୀ ଗ୍ରାମବାସୀଙ୍କ ଦ୍ୱାରା ଯାହାର ପ୍ରମାଣ ଓ ଭିଡ଼ିଓ ଆଜି ମଧ୍ୟ୍ୟ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଅଛି । ସେଦିନର ସେ ବିଶ୍ରାମଗାର ରେ ଉପସ୍ଥିତ ରହି କରିଥିବା ଅସାମାଜିକ କାର୍ଯ୍ୟରେ ଯେଉଁମାନେ ସଂପୃକ୍ତ ଥିଲେ ଆଜି ପର୍ଯ୍ୟନ୍ତ ଦଣ୍ଡିତ ହେବା ଦୂରର କଥା ପୁଲିସ୍ ହାତରେ ଧରା ମଧ୍ୟ୍ୟ ପଡ଼ିନାହାନ୍ତି ବୋଲି ଗ୍ରାମବାସୀମାନେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ବିଶ୍ରାମଗାର ଆପଣ୍ଡା ଗ୍ରାମର ୧୨୮୭ ପ୍ଲଟ ରେ ଅବସ୍ଥିତ ଯାହାର କିସମ ନଜିରୀ ଅଟେ । ରାଜନୈତିକ ଶକ୍ତି ପ୍ରଦର୍ଶନ କରି ଦୀର୍ଘ ଦିନ ଧରି ଓରାଳୀ ଗ୍ରାମବାସୀ ମାନେ ନିଜର ପତିୟାରା ପ୍ରଦର୍ଶନ କରି ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମର ଏହି ନଜିରୀ ରେ ଏକ ବିଶ୍ରାମଗାର ନିର୍ମାଣ କରି ତାହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିଲା। ଫଳରେ ଆପଣ୍ଡା ଗ୍ରାମ ର ଚାଷୀଭାଇମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ଯେଉଁ ସ୍ଥାନରେ ଏହି ବିଶ୍ରାମଗାର ନିର୍ମାଣ କରାଯାଇଛି ତାହା ବିପଦ ସଂକୁଳ ଅଟେ । ସେହି ସ୍ଥାନ ଏକ ବଙ୍କାଣୀ ରାସ୍ତା ଅଟେ । ଯାହା ଫଳରେ ରାସ୍ତାର ଅନ୍ୟ ପାଖରୁ ଆସୁଥିବା ଗାଡ଼ି ଗୁଡ଼ିକ ଦେଖାଯାଏ ନାହିଁ । ଫଳରେ ଅନେକ ଦୁର୍ଘଟଣା ମଧ୍ୟ୍ୟ ବିଗତ ଦିନରେ ଘଟିଯାଇଛି। ଏହି ବିଶ୍ରାମଗାର ନିର୍ମାଣ କାରଣରୁ ବିଗତ ଦିନରେ ଏକ ଭୟାବହ ଗୋଷ୍ଠିସଂଘର୍ଷ ହୋଇଥିଲା । ଯେଉଁଥିରେ ଆପଣ୍ଡା ଗ୍ରାମବାସୀ ମାନଙ୍କ ଦୋକାନ ଗୁଡ଼ିକୁ ଜାଳି ଦିଆଯାଇଥିଲା । ବିଗତ ଦିନରେ ବନ୍ତ ତହସିଲଦାରଙ୍କ ତରଫରୁ ଏହାକୁ ଖୋଲିବା ପାଇଁ ହୋଇଥିବା ଦୁଇ ଦୁଇ ଟି ବୈଠକରେ ଆପଣ୍ଡା ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ବିରୋଧ କରିଥିଲେ । ଏବେ କେଉଁ ଆଧାରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଏହାକୁ ଖୋଲିବା ପାଇଁ ନିଷ୍ପତି ନେଉଛି । କେଉଁ ରାଜନୈତିକ ଶକ୍ତି ଯିଏକି ଏକ ବେଆଇନ ନିର୍ମାଣକୁ ବାରମ୍ବାର ଖୋଲିବାକୁ ଉଦ୍ୟମ କରୁଛି । ଏହାର ପୁନଃବିଚାର କରି ବିଶ୍ରାମଗାରଟିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଆପଣ୍ଡା ଗ୍ରାମବାସୀ ମାନଙ୍କୁ ନଜିରୀ ନ ମିଳିବା ପର୍ଯ୍ୟନ୍ତ ଏହି ନ୍ୟାୟ ର ଲଢେଇ ଜାରିରହିବ ବୋଲି ଆପଣ୍ଡା ଗ୍ରାମବାସୀ ମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଭଦ୍ରକ ଜିଲା ପ୍ରଶାସନକୁ ଦାବି କରିଛନ୍ତି।
Home ଜିଲ୍ଲା ପରିକ୍ରମା କେନ୍ଦୁଝର-ଭଦ୍ରକ ଜିଲାର ଓରାଳି-ଆପଣ୍ଡା ସୀମା ବିବାଦ ପ୍ରସଙ୍ଗ, ସମାଧାନର ସୂତ୍ର ବାହାରିବା ପରେ ଆପଣ୍ଡା ଗ୍ରାମବାସୀଙ୍କ...








