Home କେନ୍ଦୁଝର କେନ୍ଦୁଝର : ପ୍ରଶାସନର କରିଶ୍ମା : ସରକାରୀ ନୀତି ନିୟମକୁ ମାଡି ମକଚି, ଫୁ କରି...

କେନ୍ଦୁଝର : ପ୍ରଶାସନର କରିଶ୍ମା : ସରକାରୀ ନୀତି ନିୟମକୁ ମାଡି ମକଚି, ଫୁ କରି ଉଡାଇ ଦେଉଛନ୍ତି ସରକାରୀ ବାବୁମାନେ

162

କେନ୍ଦୁଝର, ୨୮ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ଦେଖିବାକୁ ମିଳିଛି ସରକାରୀ ଅଧୀକାରୀଙ୍କର ମନମାନୀ। ସ୍ପଷ୍ଟ ଦିବା ଲୋକରେ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତଥା ଖୋଦ ଜିଲ୍ଲାପାଳଙ୍କ ଆଖି ସାମନାରେ ସରକାରୀ ନୀତି ନିୟମକୁ ମାଡି ମକଚି, ଫୁ କରି ଉଡାଇ ଦେଉଛନ୍ତି ଜିଲ୍ଲାର ସରକାରୀ ବାବୁମାନେ। ଯାହାକୁ ନେଇ ସାଧାରଣ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।

ବର୍ତ୍ତମାନ ସାରା ଦେଶରେ କୋରୋନା ମହାମାରୀକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଏହାକୁ ମୁକାବିଲା କରିବାକୁ ସରକାରୀ ସ୍ତରରେରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି। ହେଲେ କେନ୍ଦୁଝର ଜିଲ୍ଲାର କିଛି ପ୍ରଶାସନିକ ଅଧିକାରୀ ଏହି ଯୋଜନା ନାମରେ ସାଧାରଣଙ୍କ ପାଇଁ ଅଧିକ ବିପଦକୁ ଆମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସହରକୁ ସାନିଟାଇଜ କରିବାକୁ ଲକ୍ଷ୍ୟରେ ଡିଏମ୍ଏଫ ପାଣ୍ଠିରୁ ଏକ ଆଧୁନିକ ମେସିନ କ୍ରୟ କରାଯାଇଛି। ଏବଂ ଉକ୍ତ ମେସିନକୁ ଏକ ଟ୍ରକରେ ଲଦାଯାଇ ବିଭିନ୍ନ ଅଞ୍ଚଳକୁ ସାନିଟାଇଜ କରାଯବା ବ୍ୟବସ୍ଥା ରଖାଯାଇଛି। ଆଜି ଗୁରୁବାର ଦିନ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଖୋଦ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଏହା ଯେ ଜିଲ୍ଲା ମୁଖିଆଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିବା ବିଶୋଧନ ଯନ୍ତ୍ରଟି ବୋଝେଇ ହୋଇଥିବା ଟ୍ରକଟିର ନମ୍ବର ଓଆର-୦୯-ଏଲ୍ ୪୯୪୪ ରହିଥିବା ବେଳେ ଟ୍ରକଟିର ଇନସୁରାନ୍ସ ଅବଧି ୨୦୧୦ ଏପ୍ରିଲ ୨୩ ତାରିଖ ଠାରୁ ଶେଷ ହୋଇଯାଇଛି ଏବଂ ଅନୁରୁପ ଭାବେ ତାର ଫିଟନେସ୍ ଅବଧି ୨୦୧୫ ଅଗଷ୍ଟ ଏକ ତାରିଖ ଠାରୁ ଶେଷ ହୋଇିଯାଇଥିବା ବେଳେ ଅଦ୍ୟବଧି ନବୀକରଣ ମଧ୍ୟ ହୋଇନାହିଁ। ଏପରି କି ଏହାର ପରମିଟ ମଧ୍ୟ ନାହିଁ। ଏହି ତଥ୍ୟ ସରକାରୀ ଇ -ବାହାନ ପୋର୍ଟାଲର ସୂଚନା ମିଳିଛି। ଏ ସଂପର୍କରେ କେନ୍ଦୁଝର ଆର . ଟି . ଓ ନିର୍ମଳ ମହାନ୍ତି ଙ୍କର କହିବା କଥା ହେଲା ଯେ ଫିଟନେସ, ଇନସ୍ୟୁରାନ୍ସ ଓ ପରମିଟ ନଥିଲେ କମରସିଆଲ ଗାଡି ରାସ୍ତାରେ ଚାଲି ପାରିବ ନାହିଁ ବୋଲି କଡା ନିୟମ ରହିଛି। ଏବଂ ଏ କ୍ଷେତ୍ରରେ ଗାଡି ସିଜ ସହ ଓ ଫାଇନ ହେବା କଥା ମଧ୍ୟ। ଆହୁରି ମଧ୍ୟ ସରକାରୀ କାମରେ କମରସିଆଲ ଗାଡି ବ୍ୟବହାର ହେଲେ ସଂପୃକ୍ତ ଅଫିସ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ କରିବା କଥା। ଏଭଳି କ୍ଷେତ୍ରରେ ଏହି ଟ୍ରକଟି ଅନ୍ୟ ସାଧାରଣଙ୍କ ପାଇଁ ଯଦି କେବେ ବି ମୃତ୍ୟୁର କାରଣ ହୁଏ ତେବେ କିଏ ଏଥିପାଇଁ ଦାୟୀ ରହିବ ତାହା ଏବେ ଏକ ବଡ ପ୍ରଶ୍ନ ଭାବେ ଛିଡା ହେବା ସ୍ୱଭାବିକ।

ଅନ୍ୟ ପକ୍ଷରେ ମୋଟର ଯାନ ଆଇନକୁ ସୁପ୍ରିମକୋର୍ଟ କଡା କଡି ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ପରେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି କି ଖୋଦ ରାଜଧାନୀରେ ଏଭଳି ବିନା ପରମିଟ, ଫିଟନେଓ, ଇନସୁରେନ୍ସ ଆଦି ନ ଥାଇ ଚାଲୁଥିବା ଯାନବାହାନ କୁ ଲକ୍ଷାଧିକ ଟଙ୍କା ଜରିମାନା କରାଯାଇଥିବା ଘଟଣା ବିଦ୍ୟୁତ ଓ ପ୍ରିଣ୍ଟ ଗଣ ମାଧ୍ୟମ ମାନଙ୍କରେ ପ୍ରକାଶିତ ହୋଇଥିଲା। ଏପରି କି ବି.ଏମ୍ .ସି . ନିୟୋଜିତ ଏକ ଗାଡି କୁ ସିଜ କରାଯାଇ ଜୋରିମାନ କରାଯାଇଥିଲା। କିନ୍ତୁ କେନ୍ଦୁଝର ଜିଲ୍ଲାରେ କରୋନା ସମୟରେ ସହରକୁ ବିଶୋଧନ କରିବା ଭଳି କାର୍ଯ୍ୟରେ ଏଭଳି ପରମିଟ, ଲାଇସେନ୍ସ ଓ ଫିଟନେଓ ନ ଥିବା ଏକ ଗାଡି ନିୟୋଜିତ କରିବା ଭଳି ଘଟଣାରେ ପ୍ରଶାସନର ଅନ୍ତଃର୍ନିହିତ ରହସ୍ୟ ସାଧାରଣଙ୍କ ପାଇଁ ସଂପୂର୍ଣ୍ଣ ରହସ୍ୟ ପୂର୍ଣ୍ଣ ହୋଇପଡିଛି। ସେପଟେ କିନ୍ତୁ ପରମିଟ, ଇନସୁରାନ୍ସ, ଲାଇସେନ୍ସ ବିହୀନ ଟ୍ରକଟିକୁ ନିୟୋଜିତ କରିଥିବା କେନ୍ଦୁଝରଗଡ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ମଧୁମିତା ସାମନ୍ତରାୟ ତାଙ୍କ ସଫେଇରେ ଆମ ଅଫିସ ର କର୍ମଚାରୀ ମାନେ ଏହି ଟ୍ରକର କାଗଜପତ୍ର ଯାଞ୍ଚ କରିଥିବା କଥା କହିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଏହାକୁ ପୁଣି ଯାଞ୍ଚ କରିବେ ବୋଲି କହିଥିଲେ।
କିନ୍ତୁ ଜିଲ୍ଲା ରେ କୋଭିଡ ନାମରେ ଏଭଳି ଦାୟିତ୍ୱହୀନ ଓ କାଳେଙ୍କାରୀ କାମ କେତେଦୂର ଗ୍ରହଣ ଯୋଗ୍ୟ ତାହା ହିଁ ବିଚାର୍ଯ୍ୟର ବିଷୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.