Home ଓଡ଼ିଶା ବଜ୍ରାଘାତରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ

ବଜ୍ରାଘାତରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ

201

ବଲାଙ୍ଗୀର ୨୮-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସିନ୍ଧେକେଲା ଥାନା ଅଧୀନସ୍ଥ କାଲକୂଟ ଗ୍ରାମ ରେ ଜଣେ ମହିଳା ଙ୍କ ବଜ୍ରାଘାତ ରେ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ସିତୟା ମାଝୀ ନାମ୍ନୀ ଜଣେ ୩୭ ବର୍ଷୀୟା ମହିଳା ତାଙ୍କ ଘର ଅଗଣାରେ ଥିବା ବେଳେ ହଠାତ ବିଜୁଳି ବା ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ସିନ୍ଧେକେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିବା ବେଳେ ଡାକ୍ତର ତୁରନ୍ତ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତର ଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ କୁ ସୂଚନା ଦେଇଥିବା ବେଳେ ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଥିବା ଜଣାଯାଇଛି। ତେବେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ପୋଲିସ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.