Home ଓଡ଼ିଶା ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନାକରି ଜନ୍ମସ୍ଥାନରେ ସାମୁହିକ ଦୀପଦାନ

ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନାକରି ଜନ୍ମସ୍ଥାନରେ ସାମୁହିକ ଦୀପଦାନ

315

କେନ୍ଦ୍ରାପଡା ୨୮/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବରିଷ୍ଠ ଚଳଚିତ୍ର ତାରକା ତଥା କେନ୍ଦ୍ରାପଡା ମାଟିର ପୁଅ ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ପାଣ୍ଡିରୀ ଗ୍ରାମରେ ଆଜି ସମୁହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଗ୍ରାମରେ ରହୁଥିବା ବିଜୟଙ୍କ ପରିବାର ସଦସ୍ୟମାନେ କୂଳ ଦେବତା ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସମୁହ ଦୀପଦାନ କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ୧୯୫୦ ମସିହାରେ ଅଭିନେତା ବିଜୟ ପାଣ୍ଡିରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଗାଁରେ ହିଁ ତାଙ୍କର ବାଲ୍ୟକାଳ କଟିଥିଲା। ଗାଁରେ ଶିକ୍ଷା ଗ୍ରହଣ କରି ଶେଷରେ ଅଭିନୟ ଶିକ୍ଷା ପାଇଁ ନେସନାଲ ସ୍କୁଲ ଅଫ ଡ୍ରାମାରେ ଯୋଗଦେଇଥିଲେ। ହାଇଦ୍ରାବାଦରେ ତାଙ୍କ ଅସୁସ୍ଥତା ଖବର ପାଇ ଗାଁରେ ଥିବା ତାଙ୍କ ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ। ତେବେ ଲକଡାଉନ ପରେ ସେ ଗାଁକୁ ଆସି ବୁଲିଯିବା ପାଇଁ କହି ଯାଇଥିଲେ। ପରିବାର ସଦସ୍ୟ ରବିନ ବିହାରୀ ମହାନ୍ତି, ଚନ୍ଦ୍ର ଶେଖର ମହାନ୍ତି, ପଦ୍ମନାଭ ମହାନ୍ତି, ଅରୁଣ ବିହାରୀ ମହାନ୍ତି, ଜୀବନାନନ୍ଦ ମହାନ୍ତି, ହରେକୃଷ୍ଣ ମହାନ୍ତି, ରବିନ୍ଦ୍ର ମହାନ୍ତି ପ୍ରମୁଖ ବିଜୟଙ୍କ ପାଇଁ ପାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.