Home Coronavirus Outbreak କେନ୍ଦୁଝର ଜିଲ୍ଲାରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଲା...

କେନ୍ଦୁଝର ଜିଲ୍ଲାରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଲା :ସୁସ୍ଥ ହେଲେ ୫୯

94

କେନ୍ଦୁଝର, ୨୨ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସୋମବାର ଦିନ ୯ ଟା ସୁଦ୍ଧା ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୋମବାର ଦିନ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଦ୍ୱୟ କ୍ୟୁରେଣ୍ଟାଇନ କେନ୍ଦ୍ରରେ ରହୁଥିଲେ। ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ ଚେନ୍ନାଇ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ହରିୟାନା ଫେରନ୍ତା ଥିଲେ। ଏବଂ ଏବଂ ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘଷିପୁରା ବ୍ଳକ କ୍ୟୁରେଣ୍ଟାଇନ କେନ୍ଦ୍ରରେ ଜଣେ ରହୁଥିବା ବେଳେ ଅନ୍ୟ ଜଣେ ହାଟଡିହି ବ୍ଳକ ର କ୍ୟୁରେଣ୍ଟାଇନ କେନ୍ଦ୍ରରେ ରହୁଥିଲେ। ଫଳରେ କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ସୋମବାର ସୁଦ୍ଧା କୋରୋନା ପଜିଟିଭ ଙ୍କ ସଂଖ୍ୟା ୧୦୦ ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେଶ ୪୧ ରହିଛି।। ଏବଂ ଅଦ୍ୟବଧି ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.