Home ଓଡ଼ିଶା ରଥଯାତ୍ରାକୁ ମିଳିଲା ଅନୁମତି – ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ:ସମୀର ମହାନ୍ତି

ରଥଯାତ୍ରାକୁ ମିଳିଲା ଅନୁମତି – ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ:ସମୀର ମହାନ୍ତି

167

– ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି

– କେନ୍ଦ୍ରସରକାର ବଳିଷ୍ଠ ଯୁକ୍ତି ବାଢି ରଥଯାତ୍ରା କରାଇବା ଲାଗି ସୁପ୍ରିମକୋର୍ଟଙ୍କ ଆଗରେ ନିବେଦନ କରିଥିଲେସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା

– ମହାପ୍ରଭୃଙ୍କ ନୀତିକାନ୍ତି ତଥା ରଥଯାତ୍ରା ସଂପର୍କରେ ଗଜପତି ମହାରାଜଙ୍କ ସହ ଆଲୋଚନା କରିଥିଲେ

ଭୁବନେଶ୍ୱର, ୨୨/୦୬ (ଓଡ଼ିଆ ପୁଅ) : ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଛା ଥିଲା। କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ସାଢେ ୪ କୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ହେବା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ରଥଯାତ୍ରା ପରଂପରା ଶତାଦ୍ଦୀ ଶତାଦ୍ଦୀ ଚାଲି ଆସିଛି। ଏହିଯାତ୍ରା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡିତ ରହିଛି। ଆଜି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ମହାପ୍ରଭୃଙ୍କ ନୀତିକାନ୍ତି ତଥା ରଥଯାତ୍ରା ସଂପର୍କରେ ଗଜପତି ମହାରାଜଙ୍କ ସହ ଆଲୋଚନା କରିଥିଲେ। ସେହିପରି କେନ୍ଦ୍ରସରକାର ମଧ୍ୟ ବଳିଷ୍ଠ ଯୁକ୍ତି ବାଢି ରଥଯାତ୍ରା କରାଇବା ଲାଗି ସୁପ୍ରିମକୋର୍ଟଙ୍କ ଆଗରେ ନିବେଦନ କରିଥିଲେ। ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ରାଜ୍ୟସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।

ସମସ୍ତ ପ୍ରକାର କୋଭିଡ-୧୯ ନିୟମକୁ ପାଳନ କରି ରାଜ୍ୟସରକାର ରଥଯାତ୍ରାକୁ ସୁଚାରୁରୂପେ କରାନ୍ତୁ ବୋଲି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.