Home ଓଡ଼ିଶା ଓଡିଶା ଔଷଧ ନିଗମରେ ଦୁର୍ନୀତି – ଲୋକାୟୁକ୍ତଙ୍କ ପାଖରେ ତଥ୍ୟ ଉପସ୍ଥାପନ କଲେ ସୁଦର୍ଶନ ଦାସ

ଓଡିଶା ଔଷଧ ନିଗମରେ ଦୁର୍ନୀତି – ଲୋକାୟୁକ୍ତଙ୍କ ପାଖରେ ତଥ୍ୟ ଉପସ୍ଥାପନ କଲେ ସୁଦର୍ଶନ ଦାସ

94

ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ) – ଓଡିଶାର ମାନ୍ୟବର ଲୋକାୟୁକ୍ତଙ୍କ ପାଖରେ ମହାମାରୀ ସମୟରେ ହୋଇଥିବା ମହାଦୁର୍ନୀତିର ଅଭିଯୋଗର ପ୍ରଥମ ଶୁଣାଣି ଆଜି ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଆବେଦନକାରୀ ଶ୍ରୀ ସୁଦର୍ଶନ ଦାସ ମାନ୍ୟବର ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠ ସମ୍ମୁଖରେ ଯୁକ୍ତି ସହିତ ତଥ୍ୟ ଉପସ୍ଥାପନ କରିଛନ୍ତି। କରୋନା ମହାମାରୀ ସମୟରେ ଓଡିଶା ସରକାରଙ୍କ ଅଧିନସ୍ଥ ଓଡିଶା ଔଷଧ ନିଗମ ମହାଦୁର୍ନୀତିରେ ବୁଡି ରହିଛି। ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ହେବାର ସ୍ପଷ୍ଟ ପ୍ରମାଣ ରହିଛି। ଏହା ସହିତ ଟେଷ୍ଟିଂ କିଟ୍‌, ରିୟଲ ଟାଇମ୍ ପିସିଆର, ରାପିଡ୍ ଟେଷ୍ଟିଂ ମେସିନ୍‌, ବାଇପାପ ମେସିନ, ପିପିଇ, ନେବୁଲାଇଜର ଇତ୍ୟାଦି ସରଞ୍ଜାମ କିଣାରେ ମଧ୍ୟ ଦୁର୍ନୀତି ହୋଇଥିବାର ଅଭିଯୋଗ ପଛରେ ସତ୍ୟତା ରହିଛି। ସରକାରଙ୍କ ପକ୍ଷରୁ ଏହି ଅଭିଯୋଗ ସଂକ୍ରାନ୍ତରେ କୌଣସି ସ୍ପଷ୍ଟୀକରଣ ଦିଆନଯିବା ଅତ୍ୟନ୍ତ ପରିତାପର ବିଷୟ।

ଓଡିଶା ଔଷଧ ନିଗମରେ ହୋଇଥିବା ଏହି ଦୁର୍ନୀତିର ନିରପେକ୍ଷ ତଦନ୍ତ ତଥା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଂଗ୍ରେସ ନେତା ସୁଦର୍ଶନ ଦାସ ଗତ ୧୭ ତାରିଖରେ ମାନ୍ୟବର ଲୋକାୟୁକ୍ତଙ୍କ ପାଖରେ ଏକ ପିଟିସନ ଦାଖଲ କରିଥିଲେ। ତା’ର ଆଜି ପ୍ରଥମ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଶ୍ରୀ ଦାସ ଉପରୋକ୍ତ ଅଭିଯୋଗଗୁଡିକ ଉପରେ ତଥ୍ୟ ସହିତ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ। ମାନ୍ୟବର ଲୋକାୟୁକ୍ତ ଅଧ୍ୟକ୍ଷ ନ୍ୟାୟମୂର୍ତି ଅଜିତ୍ ସିଂହଙ୍କ ଅଧ୍ୟକ୍ଷତାରେ ଶ୍ରୀ ଆର୍‌ପି- ଶର୍ମା ଓ ବି-କେ ନାୟକଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଶ୍ରୀ ଦାସଙ୍କର ତଥ୍ୟ ସମ୍ବଳିତ ଯୁକ୍ତି ଶୁଣିବା ପରେ ଅପରପକ୍ଷଙ୍କୁ ତାଙ୍କର ମତ ରଖିବା ପାଇଁ ନୋଟିସ ଜାରି କରିଛନ୍ତି। ଆଜିର ଏହି ଶୁଣାଣି ସମୟରେ ଶ୍ରୀ ଦାସଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ଓ ଶ୍ରୀ ଯଜେ୍ଞଶ୍ୱର ବାବୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.