Home ଓଡ଼ିଶା କେନ୍ଦୁଝର ଜିଲାରେ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ସଫଳତା ହାର ୭୬.୬୨ ପ୍ରତିଶତ : ଏ-୧ ଗ୍ରେଡରେ...

କେନ୍ଦୁଝର ଜିଲାରେ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ସଫଳତା ହାର ୭୬.୬୨ ପ୍ରତିଶତ : ଏ-୧ ଗ୍ରେଡରେ ୨୭: ଜ୍ୟୋତି ମିଶ୍ର ଜିଲ୍ଲା ଟପ୍ପର

202

କେନ୍ଦୁଝର, ୨୯ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ବୁଧବାର ଦିନ ପ୍ରକାଶ ପାଇଥିବା ବେଳେ କେନ୍ଦୁଝର ଜିଲାର ସଫଳତା ହାର ୭୬.୬୨ ପ୍ରତିଶତ ରହିଛି। ଗତ ବର୍ଷ କେନ୍ଦୁଝରରେ ୭୧.୪୬ ପ୍ରତିଶତ ପାସହାର ରହିଥିବାବେଳେ ଚଳିତ ବର୍ଷ ଭଲ ଫଳାଫଳ ହୋଇଛି। କ୍ଷେତ୍ରମୋହନ ବିଦ୍ୟାପୀଠ, ଶାଳପଡାର ଛାତ୍ରୀ ଜ୍ୟୋତି ମିଶ୍ର ୬୦୦ ନମ୍ବରରୁ ୫୬୫ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ରାଜ୍ୟର ୭୨.୩୫ ପ୍ରତିଶତ ପାସ ହାର ଥିବାବେଳେ କେନ୍ଦୁଝର ଜିଲାରେ ୭୧.୪୬ ପ୍ରତିଶତ ପାସ ହାର ରହିଛି। ଚଳିତବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ବାର୍ଷିକ ହାଇସ୍କୁଲ ପରୀକ୍ଷା ଫେବୃୟାରୀ ୧୯ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲାର ମୋଟ ୧୨୪ ଟି ପରୀକ୍ଷା କେନ୍ଦ୍ର ପାଇଁ ୪୭୬ ଟି ବିଦ୍ୟାଳୟର ୨୨୨୯୬ ଜଣ ରେଗୁଲାର ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଓ ୬୭୭ ଜଣ ଅନୁପସ୍ଥିତ ଥିଲେ। ପରୀକ୍ଷା ଦେଇଥିବା ୨୧୬୧୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୬ ଜଣ କପି କରି ଧରା ପଡିଥିଲେ ଏବଂ ୨୨୫୭୩ ଜଣଙ୍କର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସେଥିମଧ୍ୟରୁ ଏ-୧ ଗ୍ରେଡରେ ୨୭ ଜଣ, ଏ-୨ରେ ୨୧୭ ଜଣ, ବି-୧ରେ ୫୪୫ ଜଣ, ବି-୨ରେ ୧୦୪୩ ଜଣ, ସି ଗ୍ରେଡରେ ୧୭୦୫ଜଣ, ଡି ଗ୍ରେଡରେ ୩୪୮୮ଜଣ, ଇ ଗ୍ରେଡରେ ୯୫୩୯ ଜଣ ଉତୀର୍ଣ୍ଣ ହୋଇଥିବା ବେଳେ ୫୦୦୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ସମୁଦାୟ ୧୬୫୬୪ ଜଣ ରେଗୁଲାର ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ବେଳେ ୭୪୪୯ ଜଣ ବାଳକ ଓ ୯୧୧୫ ଜଣ ବାଳିକା ରହିଥିବା ଜଣାପଡିଛି। ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଭାବେ ୩୦୭ ଟି ବିଦ୍ୟାଳୟରୁ ୧୨୫୪ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୪୪ଜଣ ଅନୁପସ୍ଥିତ ରହି ୧୨୧୦ଜଣ ପରୀକ୍ଷାର୍ଥୀ ୧୧୧ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଓ ୩ଜଣ ପରୀକ୍ଷା ସମୟରେ କପି କରି ଧରା ପଡିଥିଲେ। ମୋଟ ୧୨୦୭ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଏ-୧, ଏ-୨, ବି-୧ଗ୍ରେଡରେ କୌଣସି ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇନଥିବାବେଳେ ରେ ବି-୨ ଗ୍ରେଡରେ, ସି-ଗ୍ରେଡରେ ୩ଜଣ, ଡି ଗ୍ରେଡରେ ୨୭ଜଣ, ଇ ଗ୍ରେଡରେ ୬୨୪ଜଣ ଉତୀର୍ଣ୍ଣ ହୋଇଛନ୍ତି ଓ ୭୯୦ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ଏକ୍ସରେଗୁଲାର ପରୀକ୍ଷାରେ ମୋଟ ୬୬୨ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୩୫୪ଜଣ ବାଳକ ଓ ୩୦୮ଜଣ ବାଳିକା କୃତକାର୍ଯ୍ୟ ହୋଇଛନ୍ତି। ଏକ୍ସରେଗୁଲାର ପରୀକ୍ଷାର୍ଥୀ ପାସ୍ ହାର ଜିଲାରେ ୫୪.୭୧% ହୋଇଥିବା ଜଣାପଡିଛି। ପତ୍ର ବିନିମୟ ପାଠ୍ୟକ୍ରମରେ ରେଗୁଲାର ପରୀକ୍ଷାର୍ଥୀ ଭାବେ ୩ଟି କେନ୍ଦ୍ରରେ ଗୋଟିଏ ବିଦ୍ୟାଳୟରୁ ୭୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୩୪ଜଣ ବାଳକ ଓ ୪୦ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ପାସ ହାର ଜିଲ୍ଲାରେ ପତ୍ର ବିନିମୟ ପାଠ୍ୟକ୍ରମରେ ୯୭.୩୭% ହୋଇଥିବାର ଜଣାପଡିଛି। ଜିଲାରେ ବାର୍ଷିକ ହାଇସ୍କୁଲ ଫଳାଫଳ ସନ୍ତୋଷଜନକ ହୋଇଛି ବୋଲି ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି। ଗତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୪୧ଜଣ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ଏହା କମି ଯାଇ ୨୭ଜଣ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.