Home Coronavirus Outbreak ଆସନ୍ତା ମାସରୁ ପୁରୁଣା ଦରକୁ ଫେରିବ EPF ଯୋଗଦାନ

ଆସନ୍ତା ମାସରୁ ପୁରୁଣା ଦରକୁ ଫେରିବ EPF ଯୋଗଦାନ

219

ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) : କୋଭିଡ ମହାମାରୀ ସମୟରେ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ସରକାର ଘୋଷଣା କରିଥିବା ରିଲିଫ୍ ପଦକ୍ଷେପ ଅନୁଯାୟୀ ମେ, ଜୁନ୍ ଏବଂ ଜୁଲାଇର ତିନିମାସ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି (ଇପିଏଫ୍) ଯୋଗଦାନ ୪% ହ୍ରାସ ପାଇଥିଲା। ତେଣୁ ଅଗଷ୍ଟରୁ, ନିଯୁକ୍ତିଦାତାମାନେ ପୁରୁଣା ଦର ହିସାବରେ କାଟି ଜମାକରିବେ।

ଏହାପୂର୍ବରୁ ମେ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତିନିମାସ ପାଇଁ ଇପିଏଫ ଯୋଗଦାନକୁ ୪% ହ୍ରାସ କରିଥିଲେ। ଫଳସ୍ୱରୂପ, ପ୍ରାୟ ୬.୫ ଲକ୍ଷ କମ୍ପାନୀର କର୍ମଚାରୀମାନେ ପ୍ରତି ମାସରେ ପ୍ରାୟ ୨, ୨୫୦ କୋଟି ଟଙ୍କାର ନଗଦ ରାଶି ପାଇପାରିଥିଲେ।

ନିୟମ ଅନୁଯାୟୀ, କର୍ମଚାରୀ ଏବଂ ନିଯୁକ୍ତିଦାତା ପ୍ରତ୍ୟେକ ମୂଳ ଦରମା ଏବଂ ମହଙ୍ଗା ଭତ୍ତା (ଡିଏ) ର ୨୪% – ୧୨% ଲେଖାଏଁ ଜମା କରିଥାନ୍ତି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଦ୍ୱାରା ପରିଚାଳିତ ଅବସରପ୍ରାପ୍ତ ଲାଭ ପାଇଁ ପ୍ରତି ମାସରେ ଇପିଏଫ୍ କଟିଥାଏ।

ରିହାତି ମୋଟ ୪% (ନିଯୁକ୍ତିଦାତାଙ୍କର ଅବଦାନର ୨% ଏବଂ କର୍ମଚାରୀଙ୍କ ଅବଦାନର ୨%) କଟାଯାଇଥିଲା। ଅର୍ଥାତ୍ ଏହି ସମୟରେ ହାତକୁ ଦରମା ମଧ୍ୟ ୪% (ମୂଳଦରମା ଏବଂ DAର) ଅଧିକ ମିଳୁଥିଲା। କେନ୍ଦ୍ର ସରକାରଙ୍କର ଉଦ୍ୟୋଗ ଏବଂ ରାଜ୍ୟ ସରକାରଙ୍କର ଉଦ୍ୟୋଗ (PSUs) କର୍ମଚାରୀଙ୍କ କ୍ଷେତ୍ରରେ, ୧୨% ନିଯୁକ୍ତିଦାତା ଅଂଶଧନ ପ୍ରଦାନ କରାଯାଉଥିବାବେଳେ କର୍ମଚାରୀମାନେ ୧୦% ପ୍ରଦାନ କରିଥିଲେ।

ଆସନ୍ତା ମାସରୁ, ପୁରୁଣା ଦରରେ କଟିବ ଇପିଏପ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.