Home ଓଡ଼ିଶା କେନ୍ଦୁଝରରେ ପୁଣି ଉଦ୍ଧାର ହେଲା ନବଜାତ ଶିଶୁ

କେନ୍ଦୁଝରରେ ପୁଣି ଉଦ୍ଧାର ହେଲା ନବଜାତ ଶିଶୁ

505

କେନ୍ଦୁଝର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ଉଦ୍ଧାର ହୋଇଛି ନବଜାତ ଶିଶୁପୁତ୍ର। କେହି କୁଆଁରୀ ନାରୀ ପିଲାଟିକୁ ଜନ୍ମଦେଇ ଛାଡି ଚାଲିଯାଇଥିବା କୁହାଯାଉଛି। ତେବେ ଏହି ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମାନପୁର-ଡେଣୁଆ ନିକଟ ରାସ୍ତାର ଖମଣସାହି ନିକଟରେ ଥିବା ଏକ ବୁଦାମୂଳରୁ ସେହି ନବଜାତ ଶିଶୁପୁତ୍ରଟିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ, କିଛି ଲୋକ ସେହି ବାଟ ଦେଇ ଯାଉଥିବା ବେଳେ ବୁଦା ମୂଳରେ ନବଜାତ ଶିଶୁପୁତ୍ରଟି କାନ୍ଦୁଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ତାକୁ ଉଦ୍ଧାର କରି ହସ୍ପିଟାଲ ନେଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.