Home ଜିଲ୍ଲା ପରିକ୍ରମା କୋରାଇ ଥାନାରେ ଅବସରକାଳନ ସମ୍ବର୍ଦ୍ଧନା ସଭା

କୋରାଇ ଥାନାରେ ଅବସରକାଳନ ସମ୍ବର୍ଦ୍ଧନା ସଭା

135

ଯାଜପୁର୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅଭ୍ୟର୍ଥନା କକ୍ଷରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଏସଆଇ ଦୁଃଶାସନ ରାଉତ ଓ ରାଇଟର ଶରତ ଚନ୍ଦ୍ର ଜେନା ଅବସର ନେଇଥିବାରୁ ସେମାନଙ୍କ ସମ୍ମନାଥେଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଥାନାଧିକାରୀ ରଣଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁରରୋଡ ଏସଡିପିଓ ଚିନ୍ମୟ ନାୟକ ଯୋଗଦେଇଥିଲୋ । ଶ୍ରୀ ଜେନା କୋରାଇ ଥାନାରେ ୭ ବର୍ଷରୁ ଉର୍ଦ୍ଧକାଳ ସୂଚାରୁରୂପେ ନିଜ କାର୍ଯ୍ୟସମ୍ପାଦନା କରିଥିଲେ । ସେମାନଙ୍କ ଅବସର ସମୟ ସମାଜସେବାରେ ବିନିଯୋଗ କରିବାକୁ ବକ୍ତାମାନେ ମତ ପ୍ରକାଶ କରିବା ସହ ସେମାନଙ୍କ କାର୍ଯ୍ୟଧାରା ସର୍ମ୍ପକରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏସଆଇ ସୁବ୍ରତ ସାହୁ, ସୁଶ୍ରୀ କଳ୍ପଳତା ପ୍ରଧାନ, ଏଏସଆଇ ସଲିଳ କୁମାର ମଲ୍ଲିକ, ମଦନ ମୋହନ ମଲ୍ଲିକ, ଦିପ୍ତୀରଂଜନ ଗିରି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାବିଲଦାର ସୁରେନ୍ଦ୍ର ନାଥ ସ୍ୱାଇଁ, ସର୍ବେଶ୍ୱର ପଣ୍ଡା, ଜୟୀରାମ ପଣ୍ଡା, ଅକ୍ଷୟ ରାଉତ, ବୁଦ୍ଧିରାମ ପୂର୍ତି, ସେକ ହବିବୁଲ୍ଲା, ବିନୋଦ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ,ଶାନ୍ତିଲତା ବେହେରା, ପରେଶ ହାସଁଦା, ମଂଜୁଲତା ବାଦରା, ମାିକ କୁନକେଲ, କ୍ଷେତ୍ରବାସୀ ମାଝୀ, ସରୋଜ କୁମାର ସ୍ୱାଇଁ, ପ୍ରଫୁଲ୍ଲ ମଲିକ, ସେକ ସକିଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.