Home ଓଡ଼ିଶା କେନ୍ଦୁଝରରେ ଗଜରାଜଙ୍କ ଗୁଣ୍ଡାରାଜ : ଗାଁ କୁ ଧସେଇ ପଶିଲେ ବଣୁଆ ହାତୀପଲ : ଗାଁ...

କେନ୍ଦୁଝରରେ ଗଜରାଜଙ୍କ ଗୁଣ୍ଡାରାଜ : ଗାଁ କୁ ଧସେଇ ପଶିଲେ ବଣୁଆ ହାତୀପଲ : ଗାଁ ଲୋକେ ଆତଙ୍କିତ

285

କେନ୍ଦୁଝର, ୧୯ ଡିସେମ୍ବର ୧୯ (ଓଡ଼ିଆ ପୁଅ/ବିଭୂତି ପଟ୍ଟନାୟକ) କେନ୍ଦୁଝରରେ ଗଜରାଜଙ୍କ ଗୁଣ୍ଡା ରାଜ। ଗାଁ କୁ ଧସେଇ ପଶିଲେ ବଣୁଆ ହାତୀପଲ। ଗାଁ ଲୋକେ ଆତଙ୍କିତ ଅବସ୍ଥାରେ। କେନ୍ଦୁଝରର ସଦର ରେଞ୍ଜ ଅଂଚଳରେ ଗତ କିଛି ହେବ ଲାଗି ରହିଛି ବଣୁଆ ହାତୀ ପଲଙ୍କ ଆତଙ୍କରାଜ। ଏହି ବଣୁଆ ହାତୀ ପଲରେ ଛୋଟ ଓ ବଡ ମିଶି ୧୩ ଟି ହାତୀ ଅଛନ୍ତି। ଗାଁ ଲୋକେ ଏବେ ଧାନ ବିଲରୁ ଧାନ କାଟି ଘରକୁ ନେଇ ଯାଇଥିବାରୁ ହାତୀ ପଲ ଗାଁ ଓ ଘର ମୁହାଁ ହୋଇଥିବାରୁ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି।

କେନ୍ଦୁଝର ସଦର ରେଞ୍ଜର ମଇଦାନକେଲ ଓ ରଘୁନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଆଜି ଗୁରୁବାର ସକାଳୁ ସକାଳୁ ଧସେଇ ପଶିଆସିଛନ୍ତି ଏକ ୧୩ ଟିକିଆ ବଣୁଆ ହାତୀ ପଲ। ଏହି ହାତୀ ପଲରେ ୪ ବଡ ଦନ୍ତା, ୪ ଟି ଛୋଟ ଛୁଆ ଓ ୫ଟି ମାଇ ହାତୀ ଅଛନ୍ତି। ବର୍ତମାନ ଗ୍ରାମବାସୀ ମାନେ ନିଜ ବାଡି ଓ ବଗିଚାରେ ରେ ପନି ପରିବା ଚାଷ କରିଥିବା ବେଳେ ବିଲ ରୁ ଧାନ କାଟି ଆଣି ଘରେ ଓ ଖଳାରେ ରଖିଛନ୍ତି। ଘରେ ଓ ଖଳାରେ ଧାନ ରଖିଥିବାରୁ ହାତୀ ପଲ ଏବେ ଧାନ ଖାଇବାକୁ ଗାଁ ଓ ଘର ମୁହାଁ ହେଉଛନ୍ତି। ବର୍ତମାନ ଲୋକେ ଆଜି ଗୁରୁବାର ସକାଳୁ ସକାଳୁ ଶହ ଶହ ଗାଁ ଲୋକ ଓ ବନ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ହାତୀ ପଲଙ୍କୁ ତଡିବାକୁ ଚେଷ୍ଟା କରୁଛନ୍ତି। ଶହ ଶହ ଗାଁ ଲୋକେ ହାତୀ ପଲ ଙ୍କୁ ଚାରି ପଟୁ ଜଗି ରହିଥିବାରୁ ହାତୀ ପଲ କୁଆଡେ ହେଲେ ଯାଇ ପାରୁ ନାହାନ୍ତି। ବେଳେ ବେଳେ ହାତୀ ପଲ ବିରକ୍ତ ହୋଇ ଲୋକ ଙ୍କୁ ମଧ୍ୟ ମାରିବାକୁ ଗୋଡାଉଥିବା ଦେଖିବାକୁ ମିଳୁଛି। ବନ ବିଭାଗ ର ଖୋଦ ସଦର ରେଞ୍ଜର, ଏକାଧିକ ଫରେଷ୍ଟର ଓ ଷ୍ଟାଫ ଙ୍କ ସହ ହାତୀତଡା ସ୍ୱାର୍ଡ ହାତୀପଲ କିପରି ଫସଲ ନଷ୍ଟ କରିବେ ନାହିଁ କିମ୍ବା ଧନ ଜୀବନ ନଷ୍ଟ କରିବେ ନାହି ସେଥି ପ୍ରତି ତୀକ୍ଷ୍ଣ ନଜର ରଖିଥବା ସହ ହାତୀ ଙ୍କୁ ଟେକା ପଥର ମାରି ଉତେଜିତ ନ କରିବାକୁ ମଧ୍ୟ ଡାକବାଜୀ ଯନ୍ତ୍ରରେ ପ୍ରଚାର କରିବା ସହ ଲୋକ ଙ୍କୁ ବୁଝାଇବାରେ ଲାଗିଛି। ଏହି ବଣୁଆ ହାତୀ ପଲ ବିଭିନ୍ନି ଗାଁ ର ଧାନ ବିଲ ଓ ଖଳା ରେ ପଶି ଧାନ ଖାଇ ଯିବା ସହ ବାଡିରେ ପଶି ପନି ପରିବା ମଧ୍ୟ ଖାଉ ଯାଉଛନ୍ତି। ଲୋକେ ଓ ବନ ବିଭାଗ କର୍ମଚାରୀମାନେ ହାତୀ କୁ ତଡିଲେ ହାତୀ ଗୋଟିଏ ଗାଁ ରୁ ଯାଇ ଆଉ ଏକ ଗାଁ ରେ ପଶି ଫସଲ ଖାଇଯାଉଛନ୍ତି ଓ ଦଳି ଚକଟି ନଷ୍ଟ କରି ପକାଉଛନ୍ତି। ଆହୁରି ହାତୀ କୁ ତଡିବାକୁ ଚେଷ୍ଟା କଲେ ହାତୀ ମଧ୍ୟ ମଣିଷ ଙ୍କୁ ଆକ୍ରମଣ କରିବାକୁ ପଛାଉ ନାହିଁ। ଗାଁ ନିକଟ ଜଙ୍ଗଲ ରେ ହାତୀ ଥିବାରୁ ଓ ବିଲ ରେ ଧାନ ଥିବାରୁ ଲୋକ ହାତୀ ଭୟରେ ଭୟଭୀତ ହୋଇ ପଡିଛନ୍ତି। ହେଲେ ଗତକାଲି ଓ ଆଜି ଗୁରୁବାର ଦିନ ଏହି ହାତୀପଲ କେଉଁ ଅଞ୍ଚଳରେ କେତେ କ୍ଷତି କରିଛନ୍ତି ବର୍ତମାନ ସୁଦ୍ଧା ( ରିପୋଟ ଲେଖା ହେବା ପର୍ଯ୍ୟନ୍ତ)ବନ ବିଭାଗ ପାଖରେ ତାର କୌଣସି ରିପୋର୍ଟ ହୋଇ ନାହିଁ। ବନ ବିଭାଗ ପକ୍ଷରୁ ହାତୀ ପଲ ଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରକ୍ଷା ଯାଇଛି। ହାତୀ ଙ୍କୁ ଟେକା ପଥର ମାରି ଉତେଜିତ ନ କରିବାକୁ ପରାମର୍ଶ ଦିଆଯାଉଛି ଓ ରାତି ହେଲେ ହାତୀ ଙ୍କୁ ଜଙ୍ଗଲକୁ ତଡିବାର ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.