Home ଓଡ଼ିଶା କେନ୍ଦୁଝର ଜିଲ୍ଲାରେ ଫାଶୀ ପାଇବା ଅପେକ୍ଷାରେ ୬ ଜଣ – ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ...

କେନ୍ଦୁଝର ଜିଲ୍ଲାରେ ଫାଶୀ ପାଇବା ଅପେକ୍ଷାରେ ୬ ଜଣ – ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଏ.ଡି.ଜେ

390

କେନ୍ଦୁଝର, ୧୯ ଡିସେମ୍ବର ୧୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଜଣେ ଯୁବକକୁ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲା ସେସେନ ଜଜ୍ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୨୦୧୭ ଜାନୁୟାରୀ ୧୩ ତାରିଖରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସଶାଙ୍ଗ ଗ୍ରାମରେ ଜଣେ ସଂପର୍କୀୟଙ୍କ ୩ ବର୍ଷ ୫ମାସର ଶିଶୁ କନ୍ୟାକୁ ବଳତ୍କାର ଓ ହତ୍ୟା କରିଥିବାର ଅଭିଯୋଗ ସୁନୀଲ ନାଏକଙ୍କ ବିରୁଦ୍ଧରେ ହୋଇଥିଲା। ଗତ ୨୦୧୭ ଜାନୁୟାରୀ ୧୩ ତାରିଖ ଦିନ ପିତାମାତା ହାଟକୁ ଯାଇଥିବା ବେଳେ ଶିଶୁ କନ୍ୟାଟିକୁ ଚାକରାଣୀ ପାଖରେ ଛାଡି ଯାଇଥିଲେ। ଅନ୍ୟାନ୍ୟ ଦିନଭଳି ସେଦିନ ମଧ୍ୟ ସୁନୀଲ ତାଙ୍କ ଘରକୁ ଆସିଥିଲା। କିନ୍ତୁ ଶିଶୁ କନ୍ୟାଟିକୁ ସେଦିନ ସେ ବୁଲାଇବାକୁ କହି ନେଇ ଯାଇଥିଲା। ହେଲେ ତାପର ଠାରୁ ଶିଶୁ କନ୍ୟାଟିର କୌଣସି ଖୋଜଖବର ମଳି ନ ଥିଲା। ଏ ସଂପର୍କରେ ଶିଶୁ କନ୍ୟାଟିର ପିତା ଥାନାରେ ଏତଲା ଦେଇଥିଲେ। ତାପର ଦିନ ହଠାତ୍‌ ଶିଶୁ କନ୍ୟାଟିର ମୃତଦେହ ଗ୍ରାମ ସ୍କୁଲର ପରିତ୍ୟକ୍ତ ରୋଷେଇଘରେ ପଡିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଲାଗି ଦାବି କରାଯାଇଥିଲା। ପୋଲିସ ତଦନ୍ତ ସମୟରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସୁନୀଲ ଅଭିଯୁକ୍ତ ଥିବା ଜାଣିବାକୁ ପାଇଥିଲେ। ଡାକ୍ତରଙ୍କ ରିପୋର୍ଟ ଅନୁସାରେ ଶିଶୁକନ୍ୟାଟିର ପାଶବିକ ଅତ୍ୟାଚାର ଜନିତ ଆଘାତ ରୁ ରକ୍ତସ୍ରାବ ଓ ମାନସିକ ସକ୍ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଏହି ଘଟଣାଟିକୁ ରେଡଫ୍ଲାଗ ସହ ୬ ପୋସ୍କୋ ଆକ୍ଟ ଅନୁଯାୟୀ ଗ୍ରହଣ କରାଯାଇଥିଲା। ଏବଂ ଧାରା ୩୬୩/ ୩୭୬ ୨(F)/ ୩୭୬ ୨(ଓ), ୩୦୨, ୨୦୧ IPC ଓ ପୋସ୍କୋ ଆକ୍ଟ ୬ ଧାରାରେ କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଜିଲ୍ଲା ସେସେନସ୍ ଜଜ୍‌ ଲୋକନାଥ ସାହୁ ଦଣ୍ଡିତ କରିଛନ୍ତି। ଧାରା ୩୬୩ ଓ ୨୦୧ ରେ ୭ ବର୍ଷ ଜେଲଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ୩୭୬-୨(F) ୩୭୬-୨(ଓ) ଓ ପୋସ୍କୋଧାରା ୬ ଅନୁଯାୟୀ ଆଜୀବନ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲଦଣ୍ଡ। ଏବଂ ୩୦୨ ଧାରାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜି ଗୁରୁବାର ଦିନ କୋର୍ଟ ଫାଶିଦଣ୍ଡାଦେଶ ଶୁଣାଇ ଥିବା ବେଳେ ଅପରାଧୀ ସୁନୀଲ ନିଜକୁ ନିର୍ଦ୍ଦୋଶ ବୋଲି ଦାବି କରିଛି ଏବଂ ଉପର କୋର୍ଟରେ ଅପିଲ କରିବେ ବୋଲି କହିଛି। ଗତବର୍ଷ ଚମ୍ପୁଆ କୋର୍ଟରେ ଏକ ଗୁଣିଗାରେଡିକୁ ନେଇ ହତ୍ୟା ଘଟଣାରେ ୫ ଜଣଙ୍କୁ ମାନ୍ୟବର ବିଚାରପତି ଫାଶିଦଣ୍ଡାଦେଶ ଦେଇଥିଲେ। ଫଳରେ ଏବେ କେନ୍ଦୁଝର ଜିଲ୍ଲାରେ ଫାଶି ପାଇବା ଅପେକ୍ଷାରେ ୬ ଜଣ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.