Home କେନ୍ଦୁଝର କେନ୍ଦୁଝରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷିକୁ ଛାଡି ଖଣି ପ୍ରସଙ୍ଗ ଧରି ବିବାଦରେ ଜିଲ୍ଲାର ବିଜେପିନେତା

କେନ୍ଦୁଝରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷିକୁ ଛାଡି ଖଣି ପ୍ରସଙ୍ଗ ଧରି ବିବାଦରେ ଜିଲ୍ଲାର ବିଜେପିନେତା

92

କେନ୍ଦୁଝର, ୨୦ ଅଗଷ୍ଟ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କୃଷି ର ଭିତିଭୂମି ସୁଦୃଢ କରିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କ ସଦର ବିଧାୟକଙ୍କ କାର୍ଯ୍ୟାଳୟରେ ଭାଜପା ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାଜପା ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା, ପୂର୍ବତନ ସାଂସଦ ଅନନ୍ତ ନାୟକ, ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ କୃଷି ଓ କୃଷକମାନଙ୍କ ପାଇଁ ନେଉଥିବା ବିଭିନ୍ନ ଯୋଜନାର ସୁଫଳ ଚାଷୀମାନେ କିପରି ପାଇପାରିବେ ଏବଂ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଓଡିଶାର ୩୭ ଲକ୍ଷ ଚାଷୀ ପ୍ରଥମ କିସ୍ତିରେ ଉପକୃତ ହୋଇଥିବାବେଳେ ୬ଷ୍ଠ କିସ୍ତିରେ ମାତ୍ର ୪ଲକ୍ଷ ଚାଷୀଙ୍କୁ ଅନୁଦାନ ମିଳିଛି। ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ସଫଳ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କୁ କାରଣ ବୋଲି ଦର୍ଶଯାଇଥିଲା। ଏପରିକି ରାଜ୍ୟ ସରକାର ପକ୍ଷରୁ କୃଷକମାନଙ୍କର ସଠିକ୍ ତଥ୍ୟ ଦିଆଯାଉନଥିବାରୁ ସହାୟତା ପ୍ରଦାନରେ ଅସୁବିଧାର ହେଉଥିବା, ୟୁରିଆ ସାର କଳାବଜାରୀ ରୋକିବାରେ ସରକାରଙ୍କ ବିଫଳ ହୋଇଥିବା କହିଥିଲେ। କିନ୍ତୁ ସାହାରପଡା ଅଞ୍ଚଳର ୬୮ଜଣ ଚାଷୀ ଧାନ ବିକ୍ରୀ ପରେ ଅର୍ଥ ପାଉନଥିବା ଭଳି ଜିଲ୍ଲାର ଅନେକ ଚାଷୀଙ୍କର ଅବସ୍ଥା ରହିଥିବା ସହ ଜିଲ୍ଲାର ଅନେକ ସମ୍ବେଦନଶୀଳ ଘଟଣାକୁ ଏଡାଇ ଯାଇ ନେତାଙ୍କ ପକ୍ଷରୁ ହଠାତ୍ ବଲାଣି ଏବଂ ବଡବିଲ ରେଲୱେ ସାଇଡିଂର ଲୋଡିଂ ଅନଲୋଡିଂ ଠିକାଦାରୀ ଘଟଣାକୁ ଅଧିକ ଗୁରୁତ୍ୱ ଦିଆଯିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ବଲାଣି ସାଇଡିଂରେ ଦୀର୍ଘ ହେବ ଶ୍ରମିକମାନଙ୍କୁ ଉପେକ୍ଷା କରାଯାଇ ମେସିନ ସାହାଯ୍ୟରେ କାମ ହେଉଥିବା ବେଳେ ତାହା ନିର୍ଦ୍ଧଷ୍ଟ ଜଣେ ନେତାଙ୍କ ନିୟନ୍ତ୍ରଣରେ ରହିଥିଲା। କିନ୍ତୁ ବର୍ତମାନର ଲିଜ୍‌ଧାରୀ କମ୍ପାନୀଙ୍କର ଆବଟଂନ ନୀତିରେ ସେ କାର୍ଯ୍ୟାଦେଶ ହରାଇଥିବା କରାଣରୁ ଉକ୍ତ ସାଇଡିଂରେ ଶ୍ରମିକଙ୍କୁ କୁଆଡେ ଉଚିତ୍ ପ୍ରାପ୍ୟ ମିଳୁନଥିବା ଆଦିକୁ ବିଭିନ୍ନ ଆଳରେ ସମ୍ବାଦିକ ସମ୍ମିଳନୀରେ ପ୍ରସଙ୍ଗ କରାଯାଇଥିଲା। ଦଳୀୟ ନେତାଙ୍କୁ କୁଆଡେ କାର୍ଯ୍ୟାଦେଶ ନମିଳିବା ଯୋଗୁଁ ଶ୍ରମିକଙ୍କୁ ଢାଲ କରି ଆନ୍ଦୋଳନର ଚେତବନୀ ଦିଆଯାଉଥିବା ସଂପର୍କରେ ସାଧାରଣରେ ଆଲୋଚନା ହେଉଥିବା ସଂପର୍କରେ ପ୍ରଶ୍ନ ଉଠିଥିଲା। ଚାଷୀଙ୍କ ସମସ୍ୟା ସହ ଜିଲ୍ଲାରେ ଅନେକ ଗୁରୁତର ସମସ୍ୟା କୁ ଏଡାଇ ଖଣି ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦିଆଯିବାକୁ ଘଟଣାକୁ ଅନେକ ନାପସନ୍ଦ କରି ପ୍ରଶ୍ନ ଉଠାଇଥିଲେ। ଖଣି ସଂପର୍କରେ ଏଜେଣ୍ଡାରେ ନଥାଇ ଆଲୋଚନା ସଂପର୍କରେ ପ୍ରଶ୍ନ ମଧ୍ୟ ଉଠିଥିଲା। ବିଜେପି ନିଜ ଦଳର ବ୍ୟବସାୟୀଙ୍କ ନେତାଙ୍କ ସୁରକ୍ଷା ଅପେକ୍ଷା ଜିଲ୍ଲାବାସୀଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି ବୋଲି ବିଭିନ୍ନ ସମୟରେ ପ୍ରକାଶ ପାଇ ଆସୁଥିବା ମତକୁ ନେତାମାନେ ଗୁରତ୍ୱ ନଦେଲେ ଆଗାମୀ ଦିନରେ ଦଳକୁ ହୁଏତ ପସ୍ତାଇବାକୁ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ମତ ପ୍ରକାଶ ପାଇବା ସ୍ୱଭାବିକ। ଜିଲ୍ଲା ବିଜେପି ନେତୃତ୍ୱ ଏବେ ଅଧିକ ଭାବେ ଲୋକଙ୍କର ସମସ୍ୟା ସହ ଜଡିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.