Home ଅପରାଧ ଅଟୋ ସହ ୧୫୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଅଟୋ ସହ ୧୫୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

84

କୋରାପୁଟ : ୨୦/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ପୋଲିସ ପକ୍ଷରୁ କିଛି ଦିନହେବ ଗଞ୍ଜେଇ ଚାଲାଣ ରଖିବା ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ସପ୍ତାହକ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ରେ ବଡ଼ ସପଳତା ହାସଲ କରିଛି ବୈପାରିଗୁଡା ପୋଲିସ। ସୋମବାର ୨ଘଣ୍ଟା ସମୟରେ ବୈପାରିଗୁଡା ଥାନା ଅଧିକାରୀ ଓ ଏସ୍ଡିପିଓ ଜୟପୁରଅଂଶୁମାନ ଦ୍ୱିବେଦୀ ପୋଲିସ କର୍ମଚାରୀ ଦୋରାଗୁଡାଗ୍ରାମ ନିକଟରେ ଏକ ଅଟୋ କୁ ଅଟକାଇ ଯାଞ୍ଚକରିବା ସମୟରେ ଜାଣିପାରିଥିଲେ।କି ଅଟୋ ଭିତରେ ଥିବା କିଛି ବସ୍ତାଦେଖି ସନ୍ଦେହ ରେ ବସ୍ତା ଖୋଲିଦେଖିବାରୁ ଗଞ୍ଜେଇ ଦେଖିଥିଲେ। ଅଟୋ ସହ ୧୫୩ କେଜି ଗଞ୍ଜେଇ ଜବତ କରିବା ସହ ଅଟୋ ଚାଲାକ କୁ ଗିରଫ କରିଥିବା ବେଳେ ଗଞ୍ଜେଇ ଚାଲାଣ କାରୀ ଯୁବକ ବୈପାରିଗୁଡା ବ୍ଲକ ଚିକିମା ଅଞ୍ଚଳ ରକୃଷ୍ଣ ଚନ୍ଦ୍ର ବିଷୟୀ ବୋଲି ସୂଚନା ଦେଇଛନ୍ତି ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ। ତେବେ ଜବତ ଗଞ୍ଜେଇ ଅନକାଡେଲି ଠାରୁ ଜୟପୁର ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.