Home ଜିଲ୍ଲା ପରିକ୍ରମା କଫସିରଫ ଚାଲାଣ ମାମଲାରେ ସ୍ଥାନୀୟ ବିଧାୟକଙ୍କ ଫଟୋ ସୋସିଆଲ ଗଣମାଧ୍ୟମରେ ଘୁରିବୁଲୁଛି

କଫସିରଫ ଚାଲାଣ ମାମଲାରେ ସ୍ଥାନୀୟ ବିଧାୟକଙ୍କ ଫଟୋ ସୋସିଆଲ ଗଣମାଧ୍ୟମରେ ଘୁରିବୁଲୁଛି

95

ବଲାଙ୍ଗୀର, ୨୦-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପଟଣାଗଡ଼ ନିକଟରେ ପଦ୍ମପୁର ପଟୁ ଆସୁଥିବା ଏକ ୱାଗନ ଆର କାର ରେ ବିପୁଳ କଫସିରଫ ଆସୁଥିବା ବେଳେ କିଛି ଯୁବକ ସନ୍ଦେହ କରି ମୁଖ୍ୟ ଛକରେ ଗାଡି ଅଟକେଇ ପୋଲିସ କୁ ସୂଚନା ଦେଇଥିଲେ। ପଟଣାଗଡ଼ ପୋଲିସ ୪ ଜଣ କଫ ସିରପ୍‌ବେପାରୀଙ୍କୁ ଗିରଫ୍‌କରିଥିଲା। ସୂଚନା ଅନୁସାରେ ସୋମବାର ପୋଲିସ ଏସ-ଆଇ- ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ବରପଦର ବ୍ରିଜ ନିକଟରେ ଚଢାଉ କରି ଲରମ୍ଭା ପଟରୁ ଆସୁଥିବା ଏକ ୱାଗନର କାର (ସିଜି ୦୪ବି – ୦୭୧୧) ସହ ବେଆଇନ ଚାଲାଣ ହେଉଥିବା ୭୭ ବୋତଲ କଫ ସିରପ୍‌, ୪ଟି ମୋବାଇ ଏବଂ ୨ ହଜାର ଟଙ୍କା ଜବତ କରିଛି। ଏହି କାର୍‌ରେ ଥିବା ପାଟଣାଗଡ କାଦୋପଡାର ସୁମନ୍ତ ମେହେର, ବାସୁଦେବ ସେଠ, ଲାଇନ ପଡାର ଶାନ୍ତ ମାହାର ଏବଂ କୁତମୁଣ୍ଡା ଗ୍ରାମର ସୁଜ୍ଞାନୀ ମେହେରଙ୍କୁ ଗିରଫ କରିଛି। ଏନେଇ ପାଟଣାଗଡ ଥାନା କେଶ ନଂ ୧୬୩ ଦଫା ୨୭୪, ୨୭୫/୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କ କୋଭିଡ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାପରେ ପାଟଣାଗଡ ଜେଲକୁ ସେମାନଙ୍କୁ ପଠାଯାଇଥିବା ଥାନା ଅଧିକାରୀ କେ ପ୍ରିୟଙ୍କା ରାଉତରାୟ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଏହି ଘଟଣାରେ ବିଜୁ ଯୁବ ବାହିନୀର ସଦସ୍ୟଙ୍କ ଲିଙ୍କ ଚର୍ଚ୍ଚା ହେଉଥିବା ବେଳେ ବିଜୁ ଯୁବବାହିନୀ ସଦସ୍ୟ ଅଭିଯୁକ୍ତ ସୁମନ୍ତ ମେହେର ରଙ୍ଗେ ହାତ୍‌ପୁଲିସ ହାତରେ ଧରା ପଡ଼ିଛନ୍ତି। ଏହି ଘଟଣା ପରେ ଅଂଚଳରେ ଖୋଦ୍‌ବିଜୁ ଯୁବ ବାହନୀ ସଦସ୍ୟଙ୍କ ତରଫରୁ କଫ୍‌ସିରଫ ଚାଲାଣ କରାଯାଉଥିବା ନେଇ ବିଭିନ୍ନ ଖବର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଆହୁରି ଅଭିଯୁକ୍ତ ଓ ସ୍ଥାନୀୟ ବିଧାୟକ ସରୋଜ ମେହେରଙ୍କ ଫଟୋ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ କଫ୍‌ସିରପ ଚୋରା ଚାଲାଣ କରୁଥିବା ବେଳେ ବିଜୁ ଯୁବବାହିନୀ ସଦସ୍ୟ ପୀତବାସ ସାହୁ ବଲାଙ୍ଗିର ସଦର ଥାନାରେ ଗିରଫ ହୋଇଥିଲେ। ତାଙ୍କ ସହ ମଧ୍ୟ ସେହି ସମୟରେ ସ୍ଥାନୀୟ ବିଧାୟକଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତେବେ ଦୁଇ ଦୁଇ ଜଣ ଚୋରାଚାଲାଣକାରୀଙ୍କ ସହ ବିଧାୟକଙ୍କ ଫଟୋ ରହିବାକୁ ନେଇ ଏବେ ସହରରେ ଚର୍ଚ୍ଚା ଜୋର୍‌ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.