Home ଜିଲ୍ଲା ପରିକ୍ରମା କେନାଲରେ ଭାସିଯାଇ ଯୁବକ ମୃତ

କେନାଲରେ ଭାସିଯାଇ ଯୁବକ ମୃତ

2

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ମୁକୁନ୍ଦପୁର ପଂଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମର ମାନସ ଦାସ (୪୧)ନାମକ ଜଣେ ଯୁବକଙ୍କର ଗୋପାଳିଆ କେନାଲରେ ଭାସିଯାଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୋମବାର ରାତିରେ ମାନସ ଶୌଚ ହେବାକୁ ଯାଇ ଘରକୁ ଫେରିନଥିଲେ । ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତା ମିଳିନଥିଲା । ମଙ୍ଗଳବାର ଯୁବକଙ୍କ ମୃତଦେହ ଗୋପାଳିଆ କେନାଲରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ତାଙ୍କ ମୃତଦେହକୁ କେନାଲରୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଯୁବକଙ୍କ ବାପା ଗୌତମ ଦାସ ଏ ସମ୍ପର୍କରେ ଥାନାରେ ଲିଖିତ ଭାବେ ଜଣାଇବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟାଖେଳିଯାଇଛି।ମୃତକଙ୍କ ପରିବରାଜୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କୀର୍ତନ ରାଉତ ଓ ବିଜେଡି ପଂଚାୟତ ସଭାପତି ଗଣେଷ ପ୍ରସାଦ ନାୟକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.