Home କେନ୍ଦ୍ରାପଡ଼ା କୁଶିଆପାଳ ସମବାୟ ସମିତି ସଭାପତି ଦାୟୀତ୍ୱ ଗ୍ରହଣ କଲେ ନାରାୟଣ ପାତ୍ର

କୁଶିଆପାଳ ସମବାୟ ସମିତି ସଭାପତି ଦାୟୀତ୍ୱ ଗ୍ରହଣ କଲେ ନାରାୟଣ ପାତ୍ର

65

କେନ୍ଦ୍ରାପଡ଼ା, ୩ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ପ୍ରାଥମିକ କୃଷି ସମବାୟ ସମିତିର ନବ ନିର୍ବାଚିତ ସଭାପତି ନାରାୟଣ ପ୍ରସାଦ ପାତ୍ର ବିଧିବଦ୍ଧ ଭାବେ ସମିତିର ସଭାପତି ଦାୟୀତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ ଗ୍ରହଣ ସମୟରେ ସମିତିର ସମ୍ପାଦକ ମୃତ୍ୟୁଞ୍ଜୟ ଦାସ, କୁଶିଆପାଳ ସରପଞ୍ଚ ଦୟାନିଧି ଦାସ, ସମିତିସଭ୍ୟ ସୁବାଷ ସାହୁ, ପୂର୍ବତନ ସମିତି ସଭାପତି ସରୋଜକାନ୍ତ ନାୟକ, ବିଜେଡି ଯୁଗ୍ମ ସମ୍ପାଦକ ଦିନବନ୍ଧୁ ନାୟକ, ସଂଖ୍ୟାଲଘୁ ସେଲ ସମ୍ପାଦକ ସେକ ଅବଦୁଲ୍ଲା, ଡେରାବିଶ ବ୍ଲକ ବିଜେଡି ଯୁବ ସଭାପତି ଗୋଲଖ ସାହୁ, ଗୁଆଳସିଂ ପଞ୍ଚାୟତ ସମିତିସଭ୍ୟ ନୀଳମଣି ନାଥଙ୍କ ସମେତ ସମସ୍ତ ନିର୍ବାଚିତ ନିର୍ଦେଶକମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.