Home ଓଡ଼ିଶା ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅଜଣା ଗାଡ଼ି ଧକ୍କାରେ ୨ ମୃତ

74

କୋରାପୁଟ : ୪/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଜୟପୁର -ବୋରିଗୁମା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ରଣ୍ଡାପାଲି ନିକଟରେ ବାଇକ ଯାଉଥିବା ୨ ପୁଅ ଝିଅଙ୍କୁ ପଛ ପଟରୁ ଧକ୍କା ଦେବାରୁ ଛିଟିକି ପଡ଼ି ଘଟଣା ସ୍ଥଳରେ ପୁଅ ଝିଅର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଜୟପୁର ସଦର ପୋଲିସ ପହଞ୍ଚି ଦୁଇ ମୃତ ଦେହକୁ ଜିଲ୍ଲା ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖି ତଦନ୍ତ କରୁଥିବା ଜଣାପଡ଼ିଛି।

ମୃତକଙ୍କ ମଧ୍ୟରୁ ଝିଅ ବାରଣୀପୁଟ ପାୱାର ହାଉସ କୋଳନୀର ବୋଲି ଜଣାପଡ଼ିଛି ଓ ପୁଅ ନବରଙ୍ଗପୁର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ପ୍ରକାଶ ଥାଉକି ଝିଅ ପୁଅ ସହିତ ମିଶି ଏକ ଭୋଜି ଯୋଗ ଦେବାକୁ ଯାଉଥିବା ସମୟରେ ପଛ ପଟରୁ ଅଜଣା ଗାଡ଼ି ଧକ୍କାରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ଖବର ପ୍ରଚାରିତ ହେବା ପରେ ପରିବାର ଵର୍ଗ ପହଁଚିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ସଦର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛନ୍ତି। ଏଭଳି ଦୁଖଦାୟକ ଖବର ପ୍ରଚାର ହେବା ପରେ ଜୟପୁର ସହରରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.