Home ଓଡ଼ିଶା କାସନ୍ଦା ଜଙ୍ଗଲରୁ ଶିକାରୀ ଗିରଫ, ଦୁଇ ଦେଶୀ ବନ୍ଧୁକ ଜବତ

କାସନ୍ଦା ଜଙ୍ଗଲରୁ ଶିକାରୀ ଗିରଫ, ଦୁଇ ଦେଶୀ ବନ୍ଧୁକ ଜବତ

19

ନୟାଗଡ/୧୦/୦୭(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବନାଂଚଳ ରେ ଜଙ୍ଗଲ ଜନ୍ତୁ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ମାଂସ ଲୋଭି ଶିକାରୀମାନେ ଲୁଚିଛପି ଜଙ୍ଗଲ ଜନ୍ତୁ ଓ ବିରଳ ପକ୍ଷୀ ଶିକାର କରିଚାଲିଛନ୍ତି। ଯାହାକୁ ନେଇ ବନ ବିଭାଗ ଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଉଦବେଗ ପ୍ରକାଶ କରିଛନ୍ତି।

ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ରାଜ ସୁନାଖଳା ଫାଣ୍ଡି ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି, କନେଷ୍ଟବଳ ଲିଙ୍ଗରାଜ ନାୟକ ଓ ଅନ୍ୟମାନଙ୍କୁ ଧରି କାସନ୍ଦା ଜଙ୍ଗଲ ରେ ଶିକାରୀ ଙ୍କ ଉପରେ ଚଢାଉ କରିଥିଲେ। ଚଢାଉ ସମୟରେ ୨ ଗୋଟି ଦେଶୀ ବନ୍ଧୁକ ଜବତ କରିବା ସହ ସୁବାସ ପରିଡା ନାମକ ଜଣେ ଯୁବକ କୁ ଗିର କରିବା ସହ ତା ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ସୁବାସ କୁ ଅଦାଲତ ଚାଲାଣ କରିଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.