Home ଓଡ଼ିଶା ନାକିଠଣାରୁ ୯ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର

ନାକିଠଣାରୁ ୯ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର

59

ନୟାଗଡ଼ ୧୦/୦୭ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବନାଂଚଳ ଧାନୀ ଓ ଗଉଣୀଆ ପାହାଡ ଅଂଚଳରେ ବିରଳ ଅହିରାଜ ଓ ଅଜଗର ସାପ ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି। ସାପ ମାନେ ପାହାଡରେ ଖାଦ୍ୟ ଓ ପାଣିର ଅଭାବ ଯୋଗୁଁ ଗ୍ରାମାଭିମୁଖି ହେଉଥିବା ଜଣାପଡିଛି। ଯାହାଫଳରେ ଅନେକ ବିରଳ ସାପ ଲୋପ ପାଇବାରେ ଲାଗିଛି। ଗତ ଜୁଲାଇ ୯ ତାରିଖ ବିଳମ୍ବିତ ସଂନ୍ଧ୍ୟା ରେ ନାକିଠଣା ଫରେଷ୍ଟ ବିଟ୍ ହାଉସ୍ ନିକଟ ଅଭିମନ୍ୟୁ ଦାସ ଙ୍କ ଘର ନିକଟରେ ଏକ ୯ ଫୁଟ ଲମ୍ବର ଅଜଗର ସାପ ବୁଲିବାର ଦେଖିଥିଲେ।

ଫରେଷ୍ଟ ବିଟ୍ ହାଉସ୍ ବାଲା ଖବର ପାଇବା ପରେ ସର୍ପ ଧରାଳି ପ୍ରଦୀପ ପରିଡା ଙ୍କୁ ଜଙ୍ଗଲ ରକ୍ଷୀ ରଞ୍ଜିତ ବେହେରା ଓ ଅନ୍ୟ କର୍ମଚାରୀ ମାନେ ବିରଳ ଅଜଗର ସର୍ପକୁ ଧରିଥିଲେ। ସର୍ପଟି ସୁରକ୍ଷିତ ଥିବାରୁ ତାକୁ ଧାନୀ ପାହାଡରେ ଛାଡି ଦେଇଥିବା ଜଣାପଡିଛି। ବିରଳ ସର୍ପ ବଂଶର ସୁରକ୍ଷା ନେଇ ପରିବେଶ ବିତ୍ ମାନେ ଉଦବେଗ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.