Home ଜିଲ୍ଲା ପରିକ୍ରମା କାର୍ଯ୍ୟରତ ସମୟରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ୪ଲକ୍ଷ ଟଙ୍କା...

କାର୍ଯ୍ୟରତ ସମୟରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା

605

ମାଲକାନଗିରି,୨ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମୟରେ ଦୁଇଜଣ ଠିକା ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ସେମାନ ଙ୍କ ପରିବାରକୁ ଦୀର୍ଘ ଦେଢ ବର୍ଷପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ଯୋଗାଇ ଦିଆ ଯାଇନଥିବାରୁ ପରିବାର ଲୋକେ ବହୁତ ଅସୁବିଧାରେ ରହୁଥିଲେ । ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସେହି ଦୁଇ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବାରମ୍ବାର ରାଜ୍ୟ ସରକାର ଓ ସାଉଥକୋ ଅଧିକାରୀ ଙ୍କ ନିକଟରେ ଦାବିକରିଆସୁଥିଲେ । ଶେଷରେ ସେମାନଙ୍କ ଦାବି ପୁରଣ ହୋଇଛି ।  ବାଲିମେଳା ର ଅସ୍ଥାୟୀ ବିଦ୍ୟୁତ କର୍ମଚାରି ଅନନ୍ତ ବରାଡ ୩୩ /୧୧ କେଭି ସବଷ୍ଟେସନରେ କାମକରୁଥିବା ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ଗତ ଦେଢବର୍ଷ ତଳେ ମୃତ୍ୟୁ ଘଟିଥିଲା ,ଠିକ ସେହିପରି ଖଇରପୁଟ ଗ୍ରାମର ଅସ୍ଥାୟୀ ବିଦ୍ୟୁତ କର୍ମଚାରୀ ଓ୍ୟାଇ ରଜା ରେଡୀ ୩୩ /୧୧ କେଭି ସବଷ୍ଟେସନରେ କାମକରୁଥିବା ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ଗତ ବର୍ଷ ସେପ୍ଟେମ୍ବର ମାସରେ  ମୃତ୍ୟୁ ଘଟିଥିଲା ,ଏହି ଦୁଇବିଦ୍ୟୁତ କର୍ମଚାରି ଙ୍କ ମୃତୁପରେ ତାଙ୍କ ପରିବାର ବହୁତ ଦୁଃଖ କଷ୍ଟରେ ରହୁଥିଲେ । ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ରାଜ୍ୟବିଦ୍ୟୁତ କର୍ମଚାରୀ ସଂଘ ମାଲକାନଗିରି ଜିଲ୍ଲା ଶାଖା ପାକ୍ଷରୁ ବାରମ୍ବାର ରାଜ୍ୟସରକାର ଙ୍କ ନିକଟରେ ଦାବିକରିଆସୁଥିଲେ । ବିଳମ୍ବ ହେଲେ ମଧ୍ୟ ସେମାନଙ୍କ ଦାବି ଆଜି ପୁରଣହୋଇଛି । ଆଜି ଜୟପୁର ଡିଜିଏମ ସି.ଏଚ,ନେତାଜି ସୁବୁଦ୍ଧି,ମାଲକାନଗିରି ସାଉଥକୋ ନିର୍ବାହି ଯନ୍ତ୍ରୀ ଭଗବାନ ପ୍ରଧାନ,  ମାଲକାନଗିରି ସାଉଥକୋ ଏସଡିଓ ସୁରଜକୁମାର ପଟନାୟକ, ବାଲିମେଳା ଏସଡିଓ ପ୍ରମୋଦକୁମାର ନାୟକ,କନିଷ୍ଟ ଯନ୍ତ୍ରୀ କେ.ନବିନ ପାତ୍ର,ପି.ବସନ୍ତ ରେଡି,ମାଲକାନଗିରି ଜିଲ୍ଲା ବିଦ୍ୟୁତ କର୍ମଚାରି ସଂଘ ସଂପାଦକ ମଳୟକୁମାର ପଟନାୟକ ପ୍ରମୁଖ ବିଦ୍ୟୁତ ବିଭାଗ କର୍ମଚାରି ମାନେ ବାଲିମେଳା ଓ ଖଇରପୁଟ କୁ ଯାଇ ମୃତ ବିଦ୍ୟୁତ କର୍ମଚାରୀ ସ୍ୱର୍ଗତ ଓ୍ୟାଇ ରାଜା ରେଡୀ ଓ ଅନନ୍ତ ବରାଡ ଙ୍କ ପରିବାରଙ୍କୁ ଭେଟି ୨ଲକ୍ଷ ଲେଖା ଟଙ୍କା ଅନୁକମ୍ପା ରାଶି ପ୍ରଦାନକରିଛନ୍ତି । ବିଳମ୍ବ ହେଲେ ବି ଏହି ଦୁଇ ମୃତ ଅସ୍ଥାୟୀ ବିଦ୍ୟୁତ କର୍ମଚାରିଙ୍କୁ ୪ଲକ୍ଷଟଙ୍କା ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆ ଯାଇଥିବାରୁ  ଗ୍ରୀଡକୋ ସିଏମଡି ହେମନ୍ତକୁମାର ଶର୍ମା,ହେଡ ଡି ଏମୟୁ ବିଭୂପ୍ରସାଦ ମହାପାତ୍ର,ସାଉଥକୋ ଏ .ଓ. ରାଧାରମଣ ପଣ୍ଡା ଙ୍କୁ ମାଲକାନଗିରି ବିଦ୍ୟୁତ କର୍ମଚାରୀ ସଂଘର ଅକ୍ଷୟକୁମାର ତ୍ରୀପାଠୀ,ମଳୟପଟନାୟକ,ପ୍ରଶାନ୍ତକୁମାର ମହାପାତ୍ର,ପଦ୍ମନାଭ ପାଢି,ପ୍ରଫୁଲ ପଟନାୟକ,ଦୀନବନ୍ଧୁ ମହାନ୍ତ,ସୁନିଲ ସାବତ ଙ୍କ ସହିତ ସଂଘର ସମସ୍ତ କର୍ମକର୍ତା ମାନେ ଧନ୍ୟବାଦ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.