Home ଅପରାଧ କାର୍ଯ୍ୟରତ ପୁଲିସକୁ ମାଡ ମାରିବା ଓ ଅଶ୍ଳୀଳ ଗାଳି ଦେବା ଅଭିଯୋଗରେ ୨ ଯୁବକ ଗିରଫ

କାର୍ଯ୍ୟରତ ପୁଲିସକୁ ମାଡ ମାରିବା ଓ ଅଶ୍ଳୀଳ ଗାଳି ଦେବା ଅଭିଯୋଗରେ ୨ ଯୁବକ ଗିରଫ

189

ଯାଜପୁର୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କାର୍ଯ୍ୟରତ ପୁଲିସକୁ ମାଡ ମାରିବା ଓ ଅଶ୍ଳୀଳ ଗାଳି ଦେବା ଅଭିଯୋଗରେ ପାଣିକୋଇଲି ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ବ୍ୟବହୃତ ଆପାଚି ବାଇକକୁ ଜବତ କରିଛି । ପ୍ରକାଶ ଯେ ରବିବାର ସନ୍ଧ୍ୟାରେ ପାଣିକୋଇଲି ବଜାରରେ ସାଧା ପୋଷାକ ଓଏପିଏଫ ନାରାୟଣ ଦେହୁରୀ କାର୍ଯ୍ୟରତ ଥିବା ବେଳେ ୨ ଜଣ ଯୁବକ ଏକ ନାଲି ଆପାଚି ବାଇକ(ଓଡି୩୪ଡି ୨୧୭୩)ରେ ଆସି ରାସ୍ତା ଉପରେ ବାଇକ ରଖିଥିଲେ।ଏହାକୁ ଓଏପିଏଫ ଶ୍ରୀଦେହୁରୀ ବାରଣ କରିବାରୁ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବା ସହ ନିସ୍ତୁକ ପିଟିଥିଲେ।ଫଳରେ ନାରଣ ଆହତ ହୋଇଥିଲେ।ଏହି ସମୟରେ ଅଳ୍ପ ଦୂରରେ ଥିବା ଅନ୍ୟ ପୁଲିସ କର୍ମଚାରୀ ଦୌଡି ଆସି ତାକୁ ଉଦ୍ଧାର କରିବା ସହ ଖସିଯିବାକୁ ଚେଷ୍ଟା କରୁଥିବା ଯୁବକଦ୍ୱୟଙ୍କୁ କାବୁ କରିଥିଲେ।ଖବରପାଇ ଥାନାରୁ ଅଧିକାର ଓ କର୍ମଚାରି ପହଂଚି ସେମାନଙ୍କୁ ଧରିଆଣିଥିଲେ।ଅଭିଯୁକ୍ତ ଯୁବକ ଦ୍ୱୟ ପାଣିକୋଇଲି ଥାନା ଅନ୍ତର୍ଗତ ଅଳତିରି ଗ୍ରାମର ସେକ କଲିଉଦ୍ଦିନଙ୍କ ପୁଅ ସେକ ନିଜାମୁଦ୍ଦିନ(୨୯) ଓ ଯାଜପୁରରୋଡ ଥାନା ଅନ୍ତର୍ଗତ ଗୋଳିଆଚାନ୍ଦ ଗ୍ରାମର ନସିଦ ଖାଁଙ୍କ ପୁଅ ସିକନ୍ଦର(୨୪) ବୋଲି ଜଣାପଡିଛି।ଏନେଇ ଏକ ମାମଲା ୨୧୭/୧୯ରୁଜ୍ଜୁ ହୋଇ ଦଫା ୨୯୪, ୩୪୧, ୩୫୩, ୫୦୬,୩୦୭, ୩୪ ଆଇପିସିରେ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଂଜୁର ହେବାରୁ ସେମାନଙ୍କ ରଗଡିସ୍ଥିତ ଯାଜପୁରରୋଡ ଉପକାରାଗାରକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.