Home ଅପରାଧ ମୁଷ୍ଟିମେୟଙ୍କ  ବିରୋଧରେ  ଅଣ୍ଟା ଭିଡିଲେ ଗ୍ରାମବାସୀ

ମୁଷ୍ଟିମେୟଙ୍କ  ବିରୋଧରେ  ଅଣ୍ଟା ଭିଡିଲେ ଗ୍ରାମବାସୀ

128

ଯାଜପୁର୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜନିତୀର ପଶାପାଲିରେ ଛନ୍ଦିହୋଇ ପଡୁଛି ଗାଁ ଠୁ ସହର । ଗାଁର ବିକାଶକୁ ବିରୋଧ କରୁଛନ୍ତି କିଛି ମୁଷ୍ଟିମେୟ ଲୋକ । ଶେଷରେ ଏହାକୁ ବିରୋଧ କରିବାକୁ ଅଂଟାଭିଡିଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରପୁର ପଂଚାୟତର ସାନ ବାଙ୍କସାହି ଗ୍ରାମରେ । ସାନବାଙ୍କ ସାହି ଗ୍ରାମର ରାସ୍ତା ଦୂରାବସ୍ଥାକୁ ଦେଖି ଚର୍ତୁଦଶ ଅର୍ଥ କମିଶନ ଅର୍ଥରେ ମାଟିଆସାହି ଠାରୁ ପଣ୍ଡା ସାହି ପର‌୍ୟ୍ୟନ୍ତ ୩ ଳକ୍ଷ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅର୍ଥରେ ଆରଡି ରାସ୍ତା ଠାରୁ ମହାପାତ୍ର ସାହି ସାଢେ ୩ ଲକ୍ଷ ଟଙ୍କର ଅନୁଦାନ ଆସିଥିଲା । ପୂର୍ବରାସ୍ତାର ଦୂରାବସ୍ଥା ଦେଖି ଏହାର କାର‌୍ୟ୍ୟ ମଧ୍ୟ ସରିଛି । ମାତ୍ର ହୀନ ରାଜନୈତିକ ଉଦ୍ଦ୍ୟେଶ ରଖି କିଛି ମୁଷ୍ଟିମେୟ ଲୋକ ଉକ୍ତ ରାସ୍ତା ଉପରେ ବିନା କାରଣରେ ୧୪୪ ଧାରା ଲାଗୁ କରିଛନ୍ତି । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଗ୍ରାମର ବିକାଶକୁ ତ୍ୱରାନୀତ କରାଯାଉଥିବା ବେଳେ ଏଭଳି ଚକ୍ରାନ୍ତ ଯୋଗୁ ଗ୍ରାମ ବିକାଶରେ ବାଧକ ସାଜିଛି । ଉନ୍ନୟନ କାର‌୍ୟ୍ୟ ବାଧାପ୍ରାପ୍ତ ହେଉଛି । ୱାର୍ଡ ସଭ୍ୟ ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଗଦାଧର ସାହୁ, ରାଧାଶ୍ୟାମ ପଣ୍ଡା, ଗଜେନ୍ଦ୍ର ମହାପାତ୍ର, ଭରତ ସ୍ୱାଇଁ, ନିଧିରାମ ସାହୁ, ଗଦାଧର ସ୍ୱାଇଁ, ଅକ୍ଷୟ ସ୍ୱାଇଁ, ଅମୂଲ୍ୟ ଦାସ, ଦୁର‌୍ୟ୍ୟୋଧନ ମହାପାତଅ, ନିରଂଜନ ସ୍ୱାଇଁ, ସଦାନନ୍ଦ ସାହୁ, ଅଜଂନ ପର୍‌ହା, ଗୌରାଙ୍ଗ ସ୍ୱାଇଁ, ଦିଲ୍ଲୀପ ବେଜ, ଦେବେନ୍ଦ୍ର ବେଜ, ପୁରସ୍ତମ ପଣ୍ଡା, ନିରଂଜନ ପଣ୍ଡା, ଶ୍ୟାମସୁନ୍ଦର ସ୍ୱାଇଁ, ପ୍ରଦୀପ ମହାପାତ୍ର, ଆନ୍ଦ ବେଜ, ଧନେଶ୍ୱର ଜେନା, ବିଦ୍ୟାଧର ଜେନା, ଉପେନ୍ଦ୍ର ସାହୁ, ପରମାନନ୍ଦ ମହାପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଆଜି ଏକତ୍ରୀତ ହେଶଇ ଏଭଳି ହୀନ ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଏକଜୁଟ ହେବା ସହ ଏ ସର୍ମ୍ପକରେ ଜିଲ୍ଲାପାଳଙ୍କ ଳିଖିିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.