Home ଜିଲ୍ଲା ପରିକ୍ରମା କାରକୁ ପିିଟିଲା ଆଇଚର,ଡାକ୍ତର ମଦନ ମୋହନ ଦାଶ ମୃତ, ସ୍ତ୍ରୀ ଗୁରୁତର

କାରକୁ ପିିଟିଲା ଆଇଚର,ଡାକ୍ତର ମଦନ ମୋହନ ଦାଶ ମୃତ, ସ୍ତ୍ରୀ ଗୁରୁତର

0

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱର ଯାଉଥିବା ବେଳେ କାର ପମ୍ପଚର ହେବାରୁ ଚକା ବଦଳାଉଥିଲେ । ଏତିକି ବେଳେ ପଛରୁ ଆଇଚର ଗାଡି ଧକ୍କା ଦେଇଥିଲା । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘଟଣାଟି ଘଟିଛି ସୋମବାର ରାତ୍ର ୧୦ ଘଟିକା ସମୟରେ ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ସଠିପୁର ଓଭର ବ୍ରିଜ୍ ଉପରେ । ଭଦ୍ରକର ଜଣାଶୁଣା ଆର‌୍ୟୁବେଦ ଡାକ୍ତର ମଦନ ମୋହନ ଦାଶ (୭୨) ଏବଂ ତାଙ୍କ ସ୍ତ୍ରୀ ଡାକ୍ତର ବସନ୍ତ ମଞ୍ଜରୀ ନନ୍ଦ(୭୦) ୱାଗନର କାର ଯୋଗେ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱର ଯାଉଥିଲେ । ପଛ ଚକା ପମ୍ପଚର ହେବାରୁ ଚାଳକ ବଦାଳାଉଥିଲେ । ଏତିକି ବେଳେ ଦୃତ ଗତିରେ ଆଇଚର ଟ୍ରକ୍ ଆସି କାରକୁ ଧକ୍କା ଦେଇଥିଲା । ପାଶ୍ୱର୍ରେ ଠିଆ ହୋଇଥିବା ଡାକ୍ତର ଶ୍ରୀ ଦାଶ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । କାର ଭିତରେ ବସିଥିବା ତାଙ୍କ ସ୍ତ୍ରୀ ବସନ୍ତ ମଞ୍ଜରୀ ଡାହାଣ ହାତ ଭାଙ୍ଗିଥିବା ବେଳେ ଚାଳକ ଗୁରୁତର ହୋଇଥିଲେ । ପାଣିକୋଇଲି ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ପ୍ରଥମେ ପାଣିକୋଇଲି ଡାକ୍ତରଖାନା ଓ ପରେ ବସନ୍ତ ମଞ୍ଜରୀଙ୍କୁ ଗୁରତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଦୁର୍ଘଟଣା ଘଟାଇଥିବା ଆଇଚର ଓ କ୍ଷତିଗ୍ରସ୍ତ କାରକୁ ପୋଲିସ ଥାନାକୁ ନେଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ପରିବାରର ସନ୍ତୋଷ ଦାଶ, ପ୍ରଦୋଷ ଦାଶ, ପୂର୍ବତନ ସରପଚଂ ସୁଶାନ୍ତ ମିଶ୍ରଙ୍କ ସମେତ ଡାକ୍ତର ଦମ୍ପତିଙ୍କ ସହ କର୍ମୀ, ବନ୍ଧୁ ପରିଜନ ଘଟଣା ସ୍ଥଳରେ ପହଚିଂଥିଲେ । ପ୍ରକାଶଥାଉକି ଡାକ୍ତର ଶ୍ରୀ ଦାଶଙ୍କ ମୂଳ ଘର ବାଲେଶ୍ୱର ଜିଲା ଖଇରା ଥାନା ଅଧିନ ଧାତ୍ରୀ ଗଢିଆ ହୋଇଥିବା ବେଳେ ଦୀର୍ଘ ୩୦ ବର୍ଷ ଧରି ଭଦ୍ରକର ମଠ ସାହିରେ ଘର କରି ରହି ଆସୁଥିଲେ । ସେ ଫୁଲବାଣୀରୁ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ଖଇରା, ହାଟଡିହି ଓ ବନ୍ତ ବ୍ଲକର ଚାରିଗାଁ ଆର‌୍ୟୁବେଦ ଡାକ୍ତରଖାନାରୁ ଅବସର ପରେ ମଧ୍ୟ ଅଭାବୀ ଓ ଦୁସ୍ତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ । ସାହିତ୍ୟ ପତ୍ରିକା ପ୍ରେମ ପୃଥିବୀ ଓ ଶ୍ରୀମା ଅରବିନ୍ଦଙ୍କ ପାଠଚକ୍ର ମାଧ୍ୟମରେ ସ୍ନେହ ଓ ଭାତୃଭାବ ବାଂଟି ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ଶ୍ର ଦାଶଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗ ଦ୍ୱାରରେ କରାଯାଇଛି । ତାଙ୍କ ମୃତ୍ୟୁରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନ କୁମାର ରାୟ, ଶିକ୍ଷାବିତ୍ ଡ. ଗୋଲକ ବିହାରୀ ସାହୁ, କ୍ଷିରୋଦ ସାମଲ, ଭାଗବତ ତ୍ରିପାଠୀ, କୈଳାସ ଚନ୍ଦ୍ର ଧଳ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.