Home କଳାହାଣ୍ଡି କଳାହାଣ୍ଡି ର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ପାଇଲେ ଲାଡଲି ସମ୍ମାନ

କଳାହାଣ୍ଡି ର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ପାଇଲେ ଲାଡଲି ସମ୍ମାନ

36

କଳାହାଣ୍ଡି ୨୪-୧୧ (ଓଡିଆ ପୁଅ) ନିୟମଗିରି ବଣପାହାଡ ଘେରା ଅଂଚଳରେ ବସବାସ କରୁଥିବା ଜନଜାତି ଆଦିବାସୀ ସଂପ୍ରଦାୟର ଚାଲିଚଳଣି ତଥା ବାଲ୍ୟ ବିବାହ ପ୍ରଥା ଆଦି ସାମାଜିକ ଚଳଣି ସଂପର୍କରେ ପ୍ରକାଶିତ ତଥ୍ୟ ଭିତିକ ସମ୍ବାଦ ପାଇଁ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ଲାଡଲି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଗତ ୨୨ ସେପ୍ଟେମ୍ବର ୨୦୧୯ ସଂସ୍କରଣ ଦୈନିକ ସମାଜରେ ପ୍ରକାଶିତ ଅନୁସଂଧାନ ମୂଲକ ସମ୍ବାଦ – ବିଶ୍ୱାସ ଓ ପରଂପରା ଜାଲରେ ଡଙ୍ଗରିଆ ଯୁବତୀ, ଭାବିସ୍ୱାମୀର ଫେରିବା ବାଟକୁ ଚାହିଁ ରହିବାକୁ ପଡୁଛି ଅବିବାହିତ – ଶୀର୍ଷକ ରିପୋର୍ଟ ପାଇଁ ସମାଜ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ସମ୍ନାନ ଜନକ ଲାଡଲି ସମ୍ମାନ ପ୍ରଦାନ କରାଯାଇଛି।

ମୁମ୍ବାଇର ଲବ୍ଧ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ ଫାଷ୍ଟ, ୟୁନାଇଟେଡ ନେସନ ପପୁଲେସନ ଫାଷ୍ଟ, ନରୱେ ସରକାର, ଆନ୍ତର୍ଜାତିକ ବିଜ୍ଞାପନ ଏଜେନ୍ସି ର ମିଳିତ ଆନୁକୂଲ୍ୟରେ ଗତ ୨୦ ତାରିଖ ଅପରାହ୍ନରେ କୋଭିଡ-୧୯ ନିୟମ ପାଳନ କରାଯାଇ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ସମ୍ମାନ ଜନକ – ୧୦ ତମ ଲାଡଲି ମିଡିଆ ଆଣ୍ଡ ଆଡଭାର୍ଟାଇଜିଂ ଆୱାର୍ଡ ଫର ଜେଣ୍ଡର ସେନ୍ସିବିଲିଟି-୨୦୨୦ ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷାଶ୍ରୀମତୀ ରେଖା ଶର୍ମା ଓ ସମ୍ମାନିତ ଅତିଥି ଭାବେ ନରୱେ ର ବାରତୀୟ ପ୍ରତିନିଧି ଆରଜେନଟିନା ମାଟାବେନ ପିଜିନ ଯୋଗ ଦେଇ ସ୍ୱତନ୍ତ୍ର ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ଶ୍ରୀ ଦ୍ୱିବେଦୀଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ ଦ୍ୱିବେଦୀ ଏଥିପୂର୍ବରୁ ସାମ୍ବାଦିକତା କ୍ଷେତ୍ରରେ ବହୁ ସମ୍ମାନରେ ସମ୍ମାନିତ ହୋଇ କଳାହାଣ୍ଡି ଜିଲ୍ଲାକୁ ଅତୀତରେ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.