Home କଳାହାଣ୍ଡି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଆଦେଶକୁ ଜୟପାଟଣା ତହସିଲ କାର୍ଯ୍ୟାଲୟ ରେ ବେଖାତିର

କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଆଦେଶକୁ ଜୟପାଟଣା ତହସିଲ କାର୍ଯ୍ୟାଲୟ ରେ ବେଖାତିର

44

କଳାହାଣ୍ଡି, ୨୩-୧୧ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ କାର୍ଯ୍ୟାଲୟରେ ସାଧାରଣ କପି ମିଳିବାରେ ଟାଳଟୁଳ କରୁଥିବା ନେଇ ଅଭିଯୋଗ ହେଉଛି। ବିଭାଗୀୟ ଅବହେଲା ଯୋଗୁଁ କପି ଯୋଗାଇ ଦେବାରେ ଅହେତୁକ ବିଲମ୍ବ ଯୋଗୁଁ ସାଧାରଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏପରିକି ସୂଚନା ଆଇନ ଅନୁସାରେ ମଧ୍ୟ ଜୟପାଟଣା ତହସିଲ ତରଫରୁ କୌଣସି ସୂଚନା ଯୋଗଇ ଦିଆଯାଉନଥିବାର ଅଭିଯୋଗ ହେଉଛି। ଜୟପାଟଣା ତହସିଲ ଅଧିନସ୍ଥ ପଥର ଖାଦାନ ଲିଜ ସଂକ୍ରାନ୍ତୀୟ ଏବଂ ବେଆଇନ ପଥର ବ୍ଲାଷ୍ଟିଂ ସଂପର୍କରେ ସୂଚନା ଆଇନ ଅନୁସାରେ ଗତ ୨୮-୧୦-୨୦୧୯ ରେ ଆବେଦନ କରାଯାଇଥିବା ବେଳେ ଦୀର୍ଘ ଏକ ବର୍ଷ ହେବ କୌଣସି ସୂଚନା ଯୋଗାଇ ଦିଆନଯିବାରୁ ଆବେଦନକାରୀ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଆବେଦନ କରିଥିଲେ। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ପତ୍ର ସଂଖ୍ୟା ୧୧୦୧ ତା-୦୬-୧୦-୨୦୨୦ ରେ ଜୟପାଟଣା ତହସିଲ କାର୍ଯ୍ୟାଲୟକୁ ତୁରନ୍ତ ଉକ୍ତ ସୂଚନା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଜୟପାଟଣା ତହସିଲ ପକ୍ଷରୁ କୌଣସି ସୂଚନା ଯୋଗାଇ ଦିଆଯାଉନଥିବାର ଜଣାପଡିଛି। ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମଧ୍ୟ ଜୟପାଟଣା ତହସିଲରେ କାର୍ଯ୍ୟକାରୀ ହେଉନଥିବା ବେଳେ ସେଠାରେ ନିଶ୍ଚିତ ଭାବେ ବ୍ୟାପକ ଅନିୟମିତତା ହୋଇଥିବା ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି। ଏ ସଂପକରେ ଏକ ଉଚ୍ଚ ସ୍ରୀୟ ତଦନ୍ତ କରାଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.