Home କଳାହାଣ୍ଡି କଳାହାଣ୍ଡି ର ଗର୍ବ ଓ ଗୌରବ, ଜୁନାଗଡ ର ଝୀଅ ସର୍ବଭାରତୀୟ ଟପ୍ପର

କଳାହାଣ୍ଡି ର ଗର୍ବ ଓ ଗୌରବ, ଜୁନାଗଡ ର ଝୀଅ ସର୍ବଭାରତୀୟ ଟପ୍ପର

280

କଳାହାଣ୍ଡି ତା୦୫.୦୨.୨୦୨୦ (ଓଡିଆପୁଅ) ଜାତୀୟ ସ୍ତରରେ ହୋଉଥିବା ଚାଟାର୍ଡ ଆକାଉଂଟାଂଟ (ସିଏ) ଫାଉଣ୍ଡେସନ ପରୀକ୍ଷାରେ କଳାହାଣ୍ଡି ଜୁନାଗଡର ଝୀଅ ସାଇନା ଅଗ୍ରୱାଲ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି କଳାହାଣ୍ଡିକୁ ଗୌରବ ଆଣିଦେଇଛନ୍ତି । ନବେ ହଜାରରୁ ଅଧରକ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜୁନାଗଡ ସହରର ଯୁବ ବ୍ୟବସାୟୀ ସୁନୀଲ ଅଗ୍ରୱାଲ ଓ ରୀନା ଅଗ୍ରୱାଲଙ୍କ ଝୀଅ ସାଇନା ଅଗ୍ରୱାଲ ୪ଶହରୁ ୩୬୫ ମାର୍କ ରଖି ଟପ୍ପର ହେବା ସହ ଜୁନାଗଡକୁ ସର୍ବଭାରତୀୟ ସ୍ତରରେ ଗୌରବ ଆଣିଦେଇଛନ୍ତି । ଏଥିସହିତ ଜୁନାଗଡ ସହରର ଆହୁରି ତିନି ଜଣ ଝୀଅ ମଧ୍ୟ ଟପ ୫୦ ମଧ୍ୟରେ ସ୍ଥାନ ପାଇଥିବା ଜଣା ପଡିଛି । ସ୍ନେହା ଅଗ୍ରୱାଲ ୩୧ ନମ୍ବର ରେଙ୍କ, ପ୍ରୀୟା ଅଗ୍ରୱାଲ ୪୫ ନମ୍ବର ରେଙ୍କ, ଇଶିକା ଗୋୟଲ ୪୯ ନମ୍ବର ରେଙ୍କ ରଖି ଟପ ୫୦ରେ ସାମିଲ ହୋଇ କଳାହାଣ୍ଡି ର ଜୁନାଗଡ ସହରକୁ ସମଗ୍ର ଭାରତ ବର୍ଷରେ ଗୌରବ ଅଣିଦେଇଛନ୍ତି । ଏହି ଅବସରରେ ଶିକ୍ଷାବିତ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.